www.samajalive.in
Sunday, December 14, 2025
19.1 C
Bhubaneswar

ଭିଏସଏସ ଇଣ୍ଡୋର ହଲରେ ରାଷ୍ଟ୍ରୀୟ ଖେଳ ଦିବସ ପାଳିତ

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ସ୍ଥିତ ଇଣ୍ଡୋର ହଲରେ ସମ୍ବଲପୁର ବ୍ୟାଡମିନ୍ଟନ ଏସୋସିଏସନ ଓ ଆମର ବ୍ୟାଡମିନ୍ଟନ କ୍ଲବର ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଖେଳ ଦିବସ ପାଳିତ ହୋଇଯାଇଛି। ବିଶ୍ୱ ବିଖ୍ୟାତ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖେଳ ଦିବସ ପାଳନର ମହତ୍ୱ ଉପରେ ସୁର୍ଯ୍ୟ ପାଣିଗ୍ରାହୀ ଆଲୋକପାତ କରିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ ହୋଇଥିବା ବେଳେ ଜୀବନରେ ଶାନ୍ତି ପାଇଁ ଶରୀରକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଏହି ସଚେତନତା ବାର୍ତ୍ତା ଜନମାନସ ନିକଟରେ ପହୁଞ୍ଚାଇବା ଲକ୍ଷ୍ୟ ନେଇ ହିଁ ରାଷ୍ଟ୍ରୀୟ ଖେଳ ଦିବସକୁ ଆୟୋଜିତ କରି ସରକାର ଆଜିର ଦିନରେ ଖେଳକୁଦ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଶେଷରେ ଏସୋସିସଏସନର ବରିଷ୍ଠ ସଦସ୍ୟ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories