www.samajalive.in
Sunday, December 14, 2025
17.1 C
Bhubaneswar

ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟରେ ବିଭିନ୍ନ ପ୍ରକାରର ଦୁର୍ନୀତି ଅଭିଯୋଗରେ ୯ ଦଫା ଦାବିନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ଅତିରିକ୍ତ ବିଡ଼ିଓ ତ୍ରିପଟି ବାଲାଜି ପାତ୍ରଙ୍କୁ ବ୍ଲକ କଂଗ୍ରେସ ସଭାପତି ଡବ୍ଲ୍ୟୁ.ବାଲକୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ବ୍ଲକ ଅଫିସରେ ବ୍ୟାପକ ପି.ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯ୍ୟାତନା, ଚାଷୀମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ ବିଜୁଳି ନୀତି ବିରୁଦ୍ଧରେ ୯ ଗୋଟି ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଡାକରାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ବ୍ଲକସ୍ତରରେ ଚାଲିଥିବା ୧୫ ରୁ ୫୦% ପିସି କାରବାର ବନ୍ଦ କରିବା ଦାବି ଉପସ୍ଥାପନ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ପ୍ରତି ପଞ୍ଚାୟତକୁ ଦେଉଥିବା ୫୦ ଲକ୍ଷଟଙ୍କା ସିଧାସଳଖ ପଂଚାୟତକୁ ଦିଆଯାଉ ଏବଂ ଗ୍ରାମ ସଭାର କେଉଁ ବାବଦରେ ଏହି ଅର୍ଥ ଖର୍ଚ୍ଚହେବ ତାହା ନିଷ୍ପତି ମୁତାବକ ପାରିତ ହେଲା ପରେ ପଂଚାୟତରେ ଏହି ଅର୍ଥ ଖର୍ଚ୍ଚ କରାଯାଉ ବୋଲି ଦାବି ଜଣାଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories