ଇଣ୍ଡିଆନ୍ ବ୍ୟାଙ୍କ ପକ୍ଷରୁ ଯୁବପିଢ଼ୀ ଗ୍ରାହକ ସମ୍ମିଳନୀ
ଭୁବନେଶ୍ୱର: ଇଣ୍ଡିଆନ୍ ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ଯୁବପିଢ଼ୀ ଗ୍ରାହକମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ୨୦ରୁ ୩୫ବର୍ଷ ବୟସର ୨୧୦ ଜଣ ଗ୍ରାହକ ଯୋଗଦେଇଥିଲେ । ଗ୍ରାହକ ମାନଙ୍କର ବ୍ୟାଙ୍କ ପ୍ରତି ଥିବା ଆଶା ଏଠାରେ ବ୍ୟାପକଭାବେ ଆଲୋଚନା କରାଯାଇଥିଲା ।
ଗ୍ରାହକମାନଙ୍କ ଅବଗତି ପାଇଁ ବ୍ୟାଙ୍କର ବିଭିନ୍ନ ଉତ୍ପାଦ ଏଠାରେ ଉପସ୍ଥାପନା କରାଯାଇଥିଲା । ଏହି ସମ୍ମିଳନୀରେ ଇଣ୍ଡିଆନ୍ ବ୍ୟାଙ୍କ କ୍ଷେତ୍ର ମହାପ୍ରବନ୍ଧକ କାର୍ଯ୍ୟାଳୟ ଭୁବନେଶ୍ୱରର ଉପ-ମହାପ୍ରବନ୍ଧକ ଶଙ୍କର ରାଜୁ ଭି, ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ପ୍ରଦୀପ୍ତ କୁମାର ରଥ ଏବଂ ଉପ-ଆଞ୍ଚଳିକ ପ୍ରବନ୍ଧକ ନବୀନ କୁମାର ପଟ୍ଟନାୟକ ଯୋଗଦେଇଥିଲେ ।
Comments are closed.