ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ଜଗମଣ୍ଡା ପାହାଡ ଉପରେ ରହିଥିବା ବିଶ୍ବକର୍ମା ରାଜମେସ୍ତ୍ରୀ ସଙ୍ଘ କାର୍ଯ୍ୟାଳୟ ପରିସରରେ ନିମ୍ନାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ବଣ୍ଟନ କରାଯାଇଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧୀର ଦାଶ, ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର, ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ରବି ନାରାୟଣ ଆଚାର୍ଯ୍ୟ ପ୍ରମୁଖ ମଞ୍ଜାସିନ ଉପସ୍ଥିତ ଥିଲେ। ଏଥିରେ ଅଧିକରୁ ଅଧିକ ଶ୍ରମିକମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ଉପଦେଷ୍ଟା ସୁଧିର ଦାଶ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଥିଲେ।
Popular Categories



