ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ପଞ୍ଚାୟତ ସର୍ଗିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ଗଣ୍ଡଗୋଳ ଓ ଜାତିଆଣ ଆକ୍ଷେପକୁ ନେଇ ସ୍କୁଲ ସମ୍ମୁଖରେ ଅଭିଭାବକ ମାନେ ଧାରଣା ଦେଇଥିବା ଜଣାପଡିଛି। ଅଭିଯୋଗ ଅନୁଯାୟୀ ଗୁରୁବାର ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ସେହି ବିଦ୍ୟାଳୟର ଜଣେ ଛାତ୍ର ଓ ଛାତ୍ରୀ ଭିତରେ କଥା କଟାକଟି ହୋଇଥିଲା। ପରେ ଛାତ୍ର ଜଣକ ନିଜ ଘରେ ଯାଇ କହିବା ପରେ ଛାତ୍ରଙ୍କ ବାପା ରାଗିଯାଇ ସ୍କୁଲରେ ପହଞ୍ଚି ଛାତ୍ରୀ ସମେତ ତାଙ୍କ ଭଉଣୀଙ୍କୁ ମାଡ଼ ମାରିଥିବା ଓ ଜାତିଆଣ ଆକ୍ଷେପ କରିଥିବା କୁହାଯାଉଛି। ତେବେ ଶୁକ୍ରବାର ଏନେଇ ମାଡ଼ ଖାଇଥିବା ଦୁଇ ଭଉଣୀଙ୍କ ଅଭିଭାବକ ମାନେ ସ୍କୁଲରେ ଆସି ଶିକ୍ଷକଙ୍କୁ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲରେ ତାଲା ଦେଇ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ଏନେଇ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଏବିଇଓ ତୋଫାନ ମାଝୀଙ୍କ ସହ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପହଞ୍ଚି ଧାରଣାରେ ବସି ରହିଥିବା ଅଭିଭାବକଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିବା ପରେ ସ୍କୁଲର ଧାରଣାରେ ବସିଥିବା ଅଭିଭାବକ ତାଲା ଖୋଲିଥିଲେ।
Popular Categories



