ବୌଦ୍ଧ: ସ୍ଥାନୀୟ ବିଧାୟକଙ୍କ ଉଦ୍ୟମ କ୍ରମେ ୨୦୧୨ରେ ଜିଲାରେ ଏକ ଏଏନଏମ କଲେଜ ଖୋଲିବା ପରେ ପ୍ରାୟ ୨୦୦ ଛାତ୍ରୀ ତାଲିମ ଗ୍ରହଣ କରିସାରିଲେଣି। କିନ୍ତୁ ଜିଲାରେ ସ୍ୱାସ୍ଥ୍ୟସେବାର ଅବସ୍ଥା ବେହାଲ ଥିବା ବେଳେ ସେମାନଙ୍କ ନିଯୁକ୍ତି ଏକ ବଡ ପ୍ରଶ୍ନବାଚୀ ହୋଇ ଦେଖାଯାଇଛି। ଜିଲାରେ କିଛି ନିଯୁକ୍ତିର ସୁଯୋଗ ସୃଷ୍ଟି ହେଲେ ବିଭାଗୀୟ ଅଧିକାରୀମାନଙ୍କ ଦୁର୍ନୀତିଖୋର ମନୋବୃତି ଯୋଗୁଁ ସ୍ଥାନୀୟ ପ୍ରାର୍ଥୀମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଅଛି। ଦୁଇଦିନ ତଳେ ଜିଲା ସ୍ୱାସ୍ଥ୍ୟ ବିଭାଗରେ ହୋଇଥିବା ଷ୍ଟାଫନର୍ସ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ଅନ୍ଧାରରେ ରଖିବାର ମନ୍ଦ ଉଦ୍ଦେଶ୍ୟ ନେଇ ନିୁଯୁକ୍ତି ସଂପର୍କରେ ଉପଯୁକ୍ତ ପ୍ରଚାର ପ୍ରସାର କରାନଯାଇ ଭୁବନେଶ୍ୱରର ଏକ ଆଉଟସୋର୍ସିଂ ସଂସ୍ଥା ଏଲ ଏଣ୍ଡ କେ ଦ୍ୱାରା ୧୦ ଜଣ ଷ୍ଟାଫନର୍ସ, ୧ ଜଣ ଏଲଟି, ୨ ଜଣ ଏଏନଏମ ଓ ୨ ଜଣ ଏମଆରଏଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାଯାଇଛି। ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ଚଞ୍ଚକତାର ସହିତ ବାଦ ଦେଇ ଏହି ନିଯୁକ୍ତିରେ ବ୍ୟାପକ ଅର୍ଥ କାରବାର ଓ ଅନିୟମିତତା କରାଯାଇଥିବା ନେଇ ରୋଗୀ କଲ୍ୟାଣ ସମିତିର ସଦସ୍ୟ ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି।
Popular Categories



