www.samajalive.in
Monday, December 15, 2025
14.1 C
Bhubaneswar

ଶିଶୁ ମୃତ୍ୟୁ ତଦନ୍ତ ପାଇଁ ଆସିଥିବା ସିଡିପିଓକୁ ଘେରିଲେ ଗ୍ରାମବାସୀ, ସମସ୍ୟା ସମାଧାନ ଲାଗି ଦେଲେ ପ୍ରତିଶ୍ରୁତି

 

ଝୁମ୍ପୁରା:ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆଁ ପଞ୍ଚାୟତର ବନ୍ଧଡିହି ଗ୍ରାମରେ ରହିଥିବା ଅଙ୍ଗନବାଡି କେନ୍ଦ୍ରରେ  ପ୍ରିସ୍କୁଲ ଶିକ୍ଷା ଗ୍ରହଣ କରୁଥିବା ଜଣେ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ସମ୍ପର୍କର ଗ୍ରାମବାସୀ ସିଡିପିଓଙ୍କୁ  ଏହାର ବିଧିବୋଧ ତଦନ୍ତ କରିବା ପାଇଁ ଦାବି କରିଥିଲେ। ଝୁମ୍ପୁରା ସିଡିପିଓ ମଣିବାଳା ନାଏକ ଶୁକ୍ରବାର ବନ୍ଧଡିହି ଠାରେ ରହିଥିବା ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସମୟରେ ସିଡିପିଓଙ୍କୁ ଗ୍ରାମବାସୀ ଘେରି ଯାଇଥିଲେ।   ଅଙ୍ଗନବାଡି କର୍ମୀ କେନ୍ଦ୍ରକୁ ଠିକ୍ ସମୟରେ ଆସୁ ନାହାନ୍ତି ଏବଂ ଆସୁଥିଲେ ମଧ୍ୟ  କେନ୍ଦ୍ରକୁ ଯେତିକି ସମୟ ଖୋଲିବା କଥା ସେତିକି ସମୟ ଖୋଲୁ ନାହାନ୍ତି। ଏଣୁ ଉକ୍ତ  ଅଙ୍ଗନବାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି  ଗ୍ରାମବାସୀ ଦାବି କରିଥିଲେ। ସିଡିପିଓ ଗ୍ରାମବାସୀଙ୍କ ସହିତ   ଆଲୋଚନା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ଗ୍ରାମବାରସୀ ମାନେ ତାଙ୍କ ଜିଦରେ ଅଟଳ ରହିଥିଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଗ୍ରାମବାସୀ କହିଥିଲେ ଯେ  ସରକାର ଗର୍ଭବତୀ ଶିଶୁ, ପ୍ରସୂତି ତଥା ପ୍ରିସ୍କୁଲ ପିଲାଙ୍କୁ ଯୋଗାଉଥିବା ସମସ୍ତ ସୁବିଧାକୁ ଅଙ୍ଗନବାଡି କର୍ମୀ ଦାୟିତ୍ୱର ସହିତ ପାଳନ କରୁ ନାହାନ୍ତି। ଏଣୁ ଏହି କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ବଦଳି ପାଇଁ ଦାବି କରି ସିଡିପିଓଙ୍କୁ ବହୁ ସମୟ ଧରି ଗ୍ରାମବାସୀମାନେ ଘେରି ରହିଥିଲେ।

- Advertisement -

ସିଡିପିଓ ମଣିବାଳା ନାଏକ ଗ୍ରାମବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ସରକାର ତରଫରୁ ମା, ଶିଶୁ ମାନଙ୍କ ନିମନ୍ତେ ଆସୁଥିବା ସମସ୍ତ ସୁବିଧା ପ୍ରଦାନ କରିବା ସହିତ ଜଣେ ଶିଶୁର ଅକାଳ ମୃତ୍ୟୁ  କାହିଁକି ଘଟିଲା ତାର କାରଣ ଦର୍ଶାଇବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ସିଡିପିଓ ନିର୍ଦେଶ ଦେବା ପରେ ଗ୍ରାମବାସୀ  ସିଡିପିଓକୁ ଛାଡିଥିଲେ। ସିଡିପିଓ ଗ୍ରାମବାସୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଳମ୍ବ କଲେ  ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଧାରଣାରେ ବସିବୁ ବୋଲି  ଘନଶ୍ୟାମ ମୁଣ୍ଡା,  ସୀମା ମୁଣ୍ଡା,  ସିପିନ ମୁଣ୍ଡା,  ଯୋଶଦା ମୁଣ୍ଡା,  ବାସୁମତୀ ମୁଣ୍ଡା,ଲଳିତ କୁମାର କୁଙ୍କେଲ, ମୁକ୍ତା ମୁଣ୍ଡା, ସୋମବାରୀ ମୁଣ୍ଡା, ଉର୍ମିଳା ମୁଣ୍ଡା, ସାବିତ୍ରୀ ମୁଣ୍ଡା ସମେତ ଅନ୍ୟ ଗ୍ରାମବାସୀଙ୍କ ଦସ୍ତଖତ ରହିଥିବା ଦାବି ପତ୍ର ସିଡିପିଓଙ୍କୁ ପ୍ରଦାନ କରିଛନ୍ତି। ଘଟଣା ସମ୍ପର୍କରେ ସିଡିପିଓ ମଣିବାଳା ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହନ୍ତି  ବେନିଫିସିଆରୀ ମାନଙ୍କ ନିମନ୍ତେ ଆସୁଥିବା ସମସ୍ତ ସୁବିଧା ଯୋଗା ଦେବାର ସ୍ୱତନ୍ତ ବ୍ୟବସ୍ଥା କରାଯିବ ଏବଂ  ଅଙ୍ଗନବାଡିରେ ଶିଶୁ ମୃତ୍ୟୁ କିପରି  ହେଲା ତାର କାରଣ ଦର୍ଶାଅ ନୋଟିସ ଅଙ୍ଗନବାଡିକର୍ମୀଙ୍କୁ ମଗାଯାଇଛି ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories