www.samajalive.in
Wednesday, December 10, 2025
26.1 C
Bhubaneswar

ନଅ ଦଫା ଦାବି ନେଇ କଂଗ୍ରେସର ବିକ୍ଷୋଭ

ପାତ୍ରପୁର: ରାଜ୍ୟରେ ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଚିକିଟି କଂଗ୍ରେସ ଦଳ ପକ୍ଷରୁ ଶଙ୍କର ଅଧିକାରୀଙ୍କ ନେତୃତ୍ୱରେ ପାତ୍ରପୁର ବ୍ଳକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଂଗ୍ରେସ କର୍ମୀ ତଳ ବସଷ୍ଟାଣ୍ଡ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଁଚି ପିକେଟିଂ କରିଥିଲେ। ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ଦାବିପତ୍ର ବିଡିଓ ସୁମନ ସୁଧା କୁଣ୍ଡୁଙ୍କୁ ପ୍ରଦାନ କରିଥିଲେ। ପ୍ରମୁଖ ଦାବିରେ ବିଜେଡି ସରକାରରେ ବ୍ଲକମାନଙ୍କରେ ୧୫%ରୁ ୫୦ପର୍ଯ୍ୟନ୍ତ ପିସି କାରବାର ତୁରନ୍ତ ବନ୍ଦ କରିବା ସହ ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାର ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟାକମ୍ପାନୀ ଖାଉଟି ବିରୋଧୀ ବିଜୁଳି ନୀତି ସହ ୯ ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ସହ ବ୍ଲକ ଘେରାଉ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର କର୍ମୀ ମାନେ ସାମିଲ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories