ଫୁଲବାଣୀ: କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀ ଙ୍କ ନେତୃତ୍ୱରେ ବିଜୁ ଛାତ୍ର ଜନତା ଦଳ ର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ୟ୍ୟବେକ୍ଷକ ବିଜୟ ନାୟକ ଓ ସଂମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ଜିଲ୍ଲା ସଭାପତି ସରୋଜ କର୍ଣ, ଯୁବ ସଭାପତି ଵିଷ୍ଣୁ ଚରଣ ମଲ୍ଲିକ ଯୋଗ ଦେଇଥିଲେ। ଏବଂ ଏହି କାର୍ୟ୍ୟକ୍ରମ ରେ ସମସ୍ତ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଓ ସମସ୍ତ ବ୍ଲକ, ଏନ ଏ ସି ସଭାପତି ଉପସ୍ଥିତ ଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗାମି ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବା ସହିତ ବର୍ତ୍ତମାନ ଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଯେଭଳି ଭାବେ ଲୋକଙ୍କ ପାଖରେ ପହଞ୍ଚିପାରିଛି କି ନାହିଁ ସେ ଉପରେ ଗାଁ ଗାଁରେ ବୁଲି ଲୋକଙ୍କୁ ସେବା ଯୋଗାଇବା ଉପରେ ପରାମର୍ଶ ଦେଇଥିଲେ।
Popular Categories



