QNETIC – Mobile

ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟରେ ଏନ୍ଇପି ୨୦୨୦ର କାର୍ଯ୍ୟାନ୍ୱୟନ

ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ ( ଭିସୁଟ୍) ରେ ଏନ୍ ଇ ପି ୨୦୨୦ ର କାର୍ଯ୍ୟାନ୍ୱୟନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଛି। କୁଳପତି ପ୍ରଫେସର ବଂଶୀଧର ମାଝୀ ଏହାକୁ ଉଦଘାଟନ କରିଥିଲେ। ଏନ୍ ଆଇ ଟି ରାଉରକେଲାର ପ୍ରଫେସର ସରୋଜ ପଟେଲ ଏବଂ ପ୍ରଫେସର ସସ୍ମିତା ଦାସ ଏନ୍ ଇ ପି ୨୦୨୦ ର କାର୍ଯ୍ୟକାରିତା ପ୍ରକ୍ରିୟା ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ସେମାନେ ଜାତୀୟ ଅନୁସନ୍ଧାନ ଫାଉଣ୍ଡେସନ୍, ଦୀକ୍ଷା, ସ୍ଵୟଂ ପାଠ୍ୟକ୍ରମ ଆଦି ବିଷୟରେ ଅବଗତ କରାଇଥିଲେ।

Comments are closed.