www.samajalive.in
Monday, December 15, 2025
15.1 C
Bhubaneswar

ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ୩ ଦଫା ଦାବିପତ୍ର

ଆଠଗଡ: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆଠଗଡ ବ୍ଲକ ଶାଖା ପକ୍ଷରୁ ସେମାନଙ୍କ ଦାବି ପୂରଣ ପାଇଁ ଏକ ଶୋଭାଯାତ୍ରାରେ ଆସି ସରକାରଙ୍କ ଉଦେଶ୍ୟରେ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ଆଜି ଏକ ୩ ଦଫା ସମ୍ମିିଳୀତ ଦାବିପତ୍ର ଗୁଡିକ ପୁରଣ ନହେଲେ ଆଗାମୀ ୧୬ ତାରିଖର ସମୁହ ଛୁଟିରେ ଯିବେ ଶିକ୍ଷକ ବୋଲି ଫେଡେରେସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଶନିବାର ଆଠଗଡ ପ୍ରାଥମିକ ଶିକ୍ଷକ ଫେଡେରେସନର ଆବାହକ କିଶୋର ଚନ୍ଦ୍ର ବବହେରାଙ୍କ ନେତୃତ୍ୱରେ ବରିଷ୍ଠ ଶିକ୍ଷକ ତଥା ସଭାପତି ନୀଳମଣି ନାୟକଙ୍କ ତତ୍ତ୍ୱାବଧାନ ଓ ଆଠଗଡ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଚାରୁଚନ୍ଦ୍ର ବେହେରା ଏବଂ ସଂପାଦକ ବର ପ୍ରସାଦ ବେହେରାଙ୍କ ପରିଚାଳନାରେ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ସଂଘ ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ଶ୍ରନିବାସ ଖଟୁଆଙ୍କ ସହଯୋଗରେ ଏକ ବିଶାଳ ଶୋଭାଯାତ୍ରାରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଛକରୁ ବାହାରି ସହର ପରିକ୍ରମା କରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ,ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ବ୍ଳକ ଶିକ୍ଷାଧିକାରୀ ବିଜୟ ଲକ୍ଷ୍ମୀ ସାମଲଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories