QNETIC – Mobile

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ନାରକପତ୍ର

ଆଠଗଡ: ମଣିପୁରରେ କ୍ରମାଗତ ହିଂସା, ହତ୍ୟାକାଣ୍ଡ ଓ ମହିଳାଙ୍କ ପ୍ରତି ଜଘନ୍ୟ ଅପରାଧକୁ ଦୃଷ୍ଟିରେ ରଖି ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରି ସେନା ମୁତୟନ କରିବାକୁ ଆଠଗଡ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ଦାବି କରାଯାଇଛି। ମଣିପୁରରେ ଘଟି ଚାଲିଥିବା କ୍ରମାଗତ ହିଂସା ଓ ମହିଳାଙ୍କ ପ୍ରତି ଅମାନବୀୟ ଅତ୍ୟାଚାର ଘଟଣା ଏବଂ ମେ ୩-୪ ତାରିଖରେ ଘଟିଥିବା ଘଟଣାକୁ ଜୁଲାଇ ୧୭ ପର୍ଯ୍ୟନ୍ତ ପୁଲିସ ପଞିକୃତ ନକରିବା ସେଠାରେ ଆଇନ ବ୍ୟବସ୍ଥା ଓ ପ୍ରଶାସନିକ କଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିବା ସ୍ପଷ୍ଟ ସୂଚାଉଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ତେଣୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଓ ସେନା ମୃତୟନ କରିବା ଦାବିରେ ଶନିବାର ଅନୁସୂଚିତ ଜାତି – ଜନଜାତି ଉନ୍ନୟନ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ସ୍ନାରକପତ୍ର ପ୍ରଦାନ କରାଯାଇଛି। ପରିଷଦର ସଭାପତି ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଗଗନ ଦେହୁରୀ, ଅରୁପାନନ୍ଦ ମଲ୍ଲିକ, ସ୍ବପ୍ନା ସେଠୀ, ସୁକାନ୍ତ ନାଏକ, କାଳିକା ବେହେରା, କୃଷ୍ଣ ବାରିକ, ବିଷ୍ଣୁ ନାଏକ, ପଙ୍କଜ ନାଏକ, ଲକ୍ଷ୍ମୀଧର ନାଏକ ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

Comments are closed.