QNETIC – Mobile

ରାହୁଲ ଗାନ୍ଧୀଙ୍କ ମାମଲାରେ ରହିତାଦେଶକୁ ପାଟଣା କଂଗ୍ରେସ ପକ୍ଷରୁ ସ୍ୱାଗତ

ପାଟଣା: ଗୁଜୁରାଟର ଜଣେ ମୋଦି ସାଙ୍ଗିଆ ଧାରୀ ଭାଜପା ନେତା ସୁରଟ କୋର୍ଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାର ଶୁଣାଣି କରି ସୁରଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡ ଆଦେଶ ଦେଇଥିଲେ। ଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଥିଲା। ଏନେଇ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ। ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଶନିବାର ପାଟଣା ବ୍ଲକ କଂଗ୍ରେସ ନେତା ମାନେ ପରସ୍ପର ମଧ୍ୟରେ ମିଠା ଖୁଆଇ ଖୁସି ବାଣ୍ଟିଥିଲେ।

Comments are closed.