www.samajalive.in
Monday, December 15, 2025
15.1 C
Bhubaneswar

ପିଲାସାଲୁଙ୍କି ଡ଼୍ୟାମରେ ଲୁଟ୍‌‌ ଘଟଣାରେ ୪ ଗିରଫ, ଜଣେ ଫେରାର

ଫୁଲବାଣୀ: ବନ୍ଧଗଡ ଅଞ୍ଚଳର କିଛି ପର୍ୟ୍ୟଟକ ମାଁ ବରାଳ ଦେବୀ ମନ୍ଦିର ଦର୍ଶନ କରିବା ପରେ ପିଲା ସାଲୁଙ୍କି ଡ୍ୟାମ ବୁଲିବାକୁ ଯାଇଥିଲେ। ସେଠାରେ ବୁଲା ବୁଲି କରି ଫେରିବା ସମୟରେ ଶକ୍ତ ଥିବା ଲୁଟେରା ଗ୍ୟାଙ୍ଗ ସେମାନଙ୍କୁ ମୁଣ୍ଡ ଫଟେଇ ମାଡ଼ ମାରିବା ସହିତ ମୋବାଇଲ ଫୋନ୍ ଛଡ଼େଇ ନେଇଥିଲେ ବୋଲି ପର୍ୟ୍ୟଟକ ମାନେ ଖଜୁରୀପଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଖଜୁରୀପଡ଼ା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ଗେଲୀ କୁମାରୀ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ୪ ଜଣ ଡକାୟତକୁ ପୋଲିସ କାବୁ କରି କୋର୍ଟ ଚାଲାଣ କରିଛି ଏବଂ ସେମାନଙ୍କ ବ୍ୟବହୃତ ଦୁଇଟି ବାଇକ୍ ଏବଂ ଦୁଇଟି ମୋବାଇଲ୍ ଫୋନ ଜବତ କରିଛି। ସେମାନେ ହେଲେ ରାକେଶ କୁମାର ବେହେରା, ସୁବ୍ରତ ଦାସ, କାହ୍ନା ସାହାଣୀ ଓ ରତିକାନ୍ତ ସାହାଣୀ। ଆଉ ଜଣେ ଫେରାର ଥିବା ପୁଲିସ୍‌‌ ପ୍ରକାଶ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories