www.samajalive.in
Sunday, December 14, 2025
19.1 C
Bhubaneswar

ଠିକାସଂସ୍ଥାର ମନମୁଖୀ କାର୍ୟ୍ୟ, ବଡ଼ବନ୍ଧ ଭାଙ୍ଗି ଶହ ଶହ ଏକର ଚାଷ ଜମି ନଷ୍ଟ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବିରାମଚନ୍ଦ୍ରପୁର ଗ୍ରାମର ବଡ଼ବନ୍ଧ ହୁଡାରେ ବିରାଟ ଘାଇ ସୃଷ୍ଟି ହୋଇ ରୁଗୁଡ଼ି ସାହି ଭିତରେ ପାଣି ପଶିବା ସହିତ ରାସ୍ତା ଧୋଇ ହୋଇ ଶହ ଶହ ଏକର ଚାଷ ଜମି ନଷ୍ଟ ହେବା ସହ ସଂଖ୍ୟାଧିକ ଜମିରେ ବାଲିଚର ମାଡି ଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଏଆରଏସଏସ ନାମଙ୍କ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ବନ୍ଧ ହୁଡ଼ାକୁ ଦୁର୍ବଳ କରି ଦେଇଥିଲା। ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସେହି ସଂସ୍ଥା କାହାରିକୁ ଖାତିର ନ କରିବା ଫଳରେ ଲଗାଣ ବର୍ଷାରେ ବଡ଼ବନ୍ଧରେ ପାଣି ପୁରି ଯାଇଥିଲା ଓ ଦୁର୍ବଳ ହୁଡ଼ା ଭାଙ୍ଗି ଚାଷ ଜମି ନଷ୍ଟ ହେବା ସହ ଦୁଇ ଜଣ ମାଛ ଚାଷୀ ମୃତ୍ୟୁଞ୍ଜୟ ମିଶ୍ର ଓ ଭକ୍ତ ବେହେରାଙ୍କ ବନ୍ଧ ହୁଡ଼ା ଭାଙ୍ଗି ଚାଷ ହୋଇଥିବା ସମସ୍ତ ମାଛ ଚାଲି ଯାଇଥିବାରୁ ବ୍ୟାପକ କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମ ରାସ୍ତାଟି ଧୋଇ ହୋଇ ସଂପୁର୍ଣ ନଷ୍ଟ ହୋଇ ଯାଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories