www.samajalive.in
Sunday, December 14, 2025
23.1 C
Bhubaneswar

୧୧ଲକ୍ଷ ଟଙ୍କା ମୂଲ୍ୟର ଧଳା ଜହର ଜବତ, ଜଣେ ଗିରଫ

ଆଠଗଡ଼/ବଡମ୍ବା: ଅବକାରୀ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଶୁକ୍ରବାର ବଡମ୍ବା ଥାନା ଅନ୍ତର୍ଗତ ସୁନାପାଳ ଅଞ୍ଚଳରେ ଚଢାଉ କରାଯାଇ ୧୦୯ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହ ଏକ ପଲସର ବାଇକ ଜବତ କରାଯାଇଥିବା ଜଣାପଡ଼ିଛି। ବଡମ୍ବା ସୁନାପାଳସ୍ଥିତ ଡିଏଭି ସ୍କୁଲ ପାଖରେ ନିୟମିତ ଧଳାଜହର ବିକ୍ରି ହେଉଥିବା ସୂଚନା ମିଳିଥିଲା। ସେହି ଆଧାରରେ ଅବକାରୀ ଗୁଇନ୍ଦାସଂସ୍ଥା ସେଠାରେ ଆଜି ଅତର୍କିତ ଚଢାଉ କରି ବଡମ୍ବା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ୰କୈଳାସ ଚନ୍ଦ୍ର ମହାନ୍ତିଙ୍କ ପୁଅ ସଂଗ୍ରାମ ମହାନ୍ତିଙ୍କଠାରୁ ୧୦୯ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୧୦.୯୦ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ। ଏଥିସହ ଅଭିଯୁକ୍ତ ସଂଗ୍ରାମ ବ୍ୟବହାର କରୁଥିବା ପଲସର ବାଇକ କୁ ଜବତ କରିବା ସହ ତାଙ୍କୁ ଗିରଫ କରି ଆଠଗଡ଼ ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୁଣ୍ଟୁଣୀସ୍ଥିତ ସ୍ୱତନ୍ତ୍ର କାରାଗାରକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories