www.samajalive.in
Sunday, December 14, 2025
23.1 C
Bhubaneswar

ସାର୍ଥକ ଟିଭିର ଦେବଦାସୀ ହେଲେ ଆଠଗଡ଼ ଝିଅ ଆକାଂକ୍ଷା

ଆଠଗଡ଼: ଆଠଗଡ଼ ଝିଅ ତଥା ନୃତ୍ୟାଙ୍ଗନା ଆକାଂକ୍ଷା ଦାଶ ସଂପ୍ରତି ସିଦ୍ଧାର୍ଥ ଟେଲିଭିଜନରେ ପ୍ରସାରିତ ରିଅଲିଟି ସୋ ଦେବଦାସୀ ସିଜିନ-୨ରେ ସଫଳତା ହାସଲ କରି ଟ୍ରଫି ସହ ଆର୍ଥିକ ପୁରସ୍କାର ହାସଲ କରିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ଓଡିଶୀ ନୃତ୍ୟର ଶେଷବର୍ଷର ଛାତ୍ରୀ ଆକାଂକ୍ଷା ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ବିଚାରକ ମଣ୍ଡଳିର ସଦସ୍ୟ ଗୁରୁ ଶାଶ୍ୱତ ଯୋଶୀ, ବିବେକ ମହାନ୍ତି ଓ ଶ୍ରୀତମ ଦାସଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସେମାନଙ୍କ ଦ୍ୱାରା ଦେବଦାସୀ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଆଠଗଡ଼ ଗାନ୍ଧୀମାର୍ଗର ଅଶୋକ କୁମାର ଦାଶ ଓ ଲକ୍ଷ୍ମୀପ୍ରିୟା ଦାଶଙ୍କ କନ୍ୟା ଆକାଂକ୍ଷା ତାଙ୍କର ଏହି ସଫଳତା ପାଇଁ ନିଜ ମାତାପିତା ସହ ନୃତ୍ୟଗୁରୁଙ୍କୁ ଶ୍ରେୟ ଦେଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ଗୁରୁ ନିରଞ୍ଜନ ରାଉତ ତାଙ୍କୁ ପ୍ରସ୍ତୁତିରେ ସହଯୋଗ କରିଥିଲେ ବୋଲି ଆକାଂକ୍ଷା ପ୍ରକାଶ କରିଛନ୍ତି। ଭାରତ ସରକାରଙ୍କଠାରୁ ଓଡିଶୀ ନୃତ୍ୟରେ ଜାତୀୟ ବୃତ୍ତି ହାସଲ କରିଥିବା ନୃତ୍ୟାଙ୍ଗନା ଆକାଂକ୍ଷା ଦେଶବିଦେଶରେ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସିତ ହୋଇଛନ୍ତି। ଦୂରଦର୍ଶନରେ ବି-ଗ୍ରେଡ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ସ୍ୱୀକୃତି ପାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଆଠଗଡ଼ ତଥା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories