ମେଷ: ଜ୍ଞାନଗରିମାସମ୍ପନ୍ନ ଶିକ୍ଷାବିତ୍ର ମର୍ଯ୍ୟାଦା ପ୍ରାପ୍ତ ହେବେ। ବିଦେଶୀ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ରାଜଯୋଗ ଥିବାରୁ ସତ୍ୟପ୍ରତିଜ୍ଞ ହୋଇ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ବୃଷ: ଦୈବୀ ଦାୟିତ୍ବସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ। ଐକାନ୍ତିକ ଇଚ୍ଛା ଶକ୍ତି ବଳରେ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ସରକାରଙ୍କ ତରଫରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ଶୁଦ୍ଧ ଆଚରିତ ପର ଧର୍ମଠାରୁ ନିଜ ଧର୍ମ ଗୁଣରହିତ ବୋଲି ଭାବୁଥିଲେ ମଧ୍ୟ ସ୍ବଧର୍ମରେ ପାପଭାଗୀ ହେବେ ନାହିଁ। ଜ୍ଞାନର ପ୍ରଦୀପରେ ଚଲାପଥକୁ କୁସୁମିତ କରିପାରନ୍ତି।
କର୍କଟ: ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଈଶ୍ବର ବିଶ୍ବାସୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ସିଂହ: ବିପଦରେ କାତର ଓ ସମ୍ପଦରେ ଅଧୀର ନ ହୋଇ ସ୍ଥିତପ୍ରଜ୍ଞଭାବେ ଉପୁଜିଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ସତର୍କରେ ଚଳିବେ।
କନ୍ୟା: ସତ୍ସଙ୍ଗୀ ହେବେ; ମାତ୍ର ସତ୍ ସହିତ ସୁସମ୍ପର୍କ ଯୋଡ଼ିପାରିଲେ, ସତ୍ ପରାୟଣତା ହେବେ। ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ସମାଜସେବୀଭାବେ ପରିଚିତ ହେବେ।
ତୁଳା: ବାକ୍ ସଂଯମତା ପ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଦ୍ଜୀବିତ କରି ରଖିବେ। ଭ୍ରାତୃଭାବ, ସ୍ନେହ, ଶ୍ରଦ୍ଧାପୂର୍ଣ୍ଣ ହେବ। ସରକାରୀ ପଦ ପଦବୀରେ ଥାଇ ମଧ୍ୟ ଆପଣ ସେବା ଧର୍ମ ପ୍ରଶଂସନୀୟ ହେବ।
ବିଛା: ଆପଣଙ୍କ କର୍ତ୍ତବ୍ୟନିଷ୍ଠା ଧନାଗମର କାରଣ ହେବ। କର୍ତ୍ତୃପକ୍ଷଙ୍କ ସନ୍ତୁଷ୍ଟିରୁ ହଠାତ୍ କିଛି ଧନ ଆପଣଙ୍କ ଧନ ଭଣ୍ଡାରକୁ ସ୍ବଚ୍ଛଳ କରିପାରେ। ଆହ୍ବାନଗୁଡ଼ିକୁ ଉତ୍କର୍ଷର ଶିଡ଼ି କରିପାରନ୍ତି।
ଧନୁ: ସମସ୍ୟାର ସମ୍ମୁଖୀନ ହେଲେ ଜାଣିବେ ଏହାର ସୁସମାଧାନ ହୋଇପାରିଛି। ଦାନଶୀଳ ହୋଇ ଭୋକିଲାଙ୍କ ଜଠରାଗ୍ନିକୁ ନିର୍ବାପିତ କରିପାରନ୍ତି। ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍ କରିପାରେ।
ମକର: ସୁଖ, ଦୁଃଖ ଓ ଅଧୀନତା ପରିତ୍ୟାଗ କଲେ ଜୀବନକୁ ନିତ୍ୟ, ନୂତନ ରସଯୁକ୍ତ କରିପାରନ୍ତି। ପରିବର୍ତ୍ତନର ଶୁଭାରମ୍ଭ ପ୍ରଥମେ କରିବାକୁ ପଡ଼ିବ। ପ୍ରତି କ୍ଷେତ୍ରରେ ସମ୍ମାନିତ ହେବେ।
କୁମ୍ଭ: ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
ମୀନ: ଉତ୍ତମ ଖାଦ୍ୟରେ ଆପ୍ୟାୟିତ ହୋଇପାରନ୍ତି। ଜଣେ ବିଜ୍ଞ ଓ ଧାର୍ମିକ ବ୍ୟକ୍ତିଭାବେ ପରିଚିତ ହେବେ। ଧର୍ମ ଶାସ୍ତ୍ରରେ ରୁଚି ରଖି ଧର୍ମାଲୋଚନା କରିବେ। ସୁଖୀ ରହିବେ।
ଶନିବାର ରାଶିଫଳ (୦୫.୦୮.୨୦୨୩)
Popular Categories



