ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ ବର୍ଷlର ଦୟନୀୟ ଚିତ୍ର ବର୍ତ୍ତମାନ ଦେଖିବାକୁ ମିଳିଛି। ବର୍ଷା ପବନରେ ଚାଳଖପର ଘର ଭାଙ୍ଗି ଯାଇଛି। ଏ ନେଇ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ନିଜ ନିଜ ଅଞ୍ଚଳର ରିପୋର୍ଟ ମାଗିଥିଲେ।ଅତାବିରା ତହସିଲ ଅଧିନରେ ଥିବା ୧୯ ଜଣ ରାଜସ୍ବ ଅଧିକାରୀ ମାନଙ୍କ ମଧ୍ୟରୁ ଟୋପ, ହଳଦୀ, ପାହାର ଶ୍ରିଗୀଡା, ଟାମ୍ପରସରା, ଚକୁଳି ଓ ଜହ୍ନାପଡ଼ା ଆଦି ୬ଟି ଆର୍ ଆଇ ସର୍କଲର ରାଜସ୍ବ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ୧୩ଟି ଘର ଭାଙ୍ଗିଥିବା ସୂଚନା ରହିଛି। ତେବେ ଆସନ୍ତା ସୋମବାର ଦିନ ସମ୍ପୂର୍ଣ୍ଣ ରିପୋର୍ଟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି।
Popular Categories



