www.samajalive.in
Monday, December 15, 2025
27.1 C
Bhubaneswar

ଆୟକର ବିଭାଗର ପାରିବା ପଣିଆ, ମୃତ ଶିକ୍ଷୟିତ୍ରୀଙ୍କ ନାଁରେ ୭କୋଟିର ଆୟକର ନୋଟିସ

ଭୋପାଳ: ପ୍ରାୟ ୧୦ବର୍ଷ ପୂର୍ବେ ମୃତ ଶିକ୍ଷୟିତ୍ରୀଙ୍କ ନାମରେ ୭କୋଟି ଟଙ୍କାର ଆୟକର ନୋଟିସ ଆସିଛି। ଏହାକୁ ନେଇ ପରିବାରବର୍ଗ ବିସ୍ମିତ ହୋଇପଡ଼ିଛନ୍ତି। ମଧ୍ୟପ୍ରଦେଶର ପାଟଖେଦା ଗ୍ରାମର ସରକାରୀ ବିଦ୍ୟାଳୟ ଶିକ୍ଷୟିତ୍ରୀ ଉଷା ସୋନିଙ୍କର ୨୦୧୩ ନଭେମ୍ବର ୧୬ରେ ମୃତ୍ୟୁ ହୋଇଥିଲାବେଳେ ତାଙ୍କ ନାମରେ ୨୦୧୭-୧୮ ବର୍ଷର ଆୟକର ବାବଦରେ ୭କୋଟି ୫୫ଲକ୍ଷ ଟଙ୍କା ବାକି ଥିବା ନୋଟିସ ଜୁଲାଇ ୨୬ରେ ଆସିଛି। ଏଥିରେ ସେ ଭଙ୍ଗା ଲୁହା (ସ୍କ୍ରାପ୍‌) ବ୍ୟବସାୟ କରୁଥିବା ଦର୍ଶାଯାଇଛି। ଏ ନେଇ ଉଷାଙ୍କ ପୁଅ ପବନ ସୋନି ପୁଲିସରେ ଅଭିଯୋଗ କରିଛନ୍ତି। ତଦନ୍ତ ସମୟରେ ଜଣାପଡ଼ିଛି ଯେ କେବଳ ଉଷା ନୁହନ୍ତି; ଆୟକର ବିଭାଗ ପକ୍ଷରୁ ଜନଜାତି ବହୁଳ ବେତୁଲ ଜିଲାର ୪୪ଜଣଙ୍କ ନାମରେ ଏଭଳି ୧କୋଟିରୁ ୧୦କୋଟି ଟଙ୍କା ପର୍ଯ୍ୟନ୍ତ ଦେୟ ନୋଟିସ ପଠାଯାଇଛି। ନୀତିନ୍‌ ଜୈନ୍‌ ଏକ ଦୋକାନରେ କାମ କରି ମାସିକ ୫ରୁ ୧୦ହଜାର ଟଙ୍କା ଆୟ କରୁଥିଲେ ମଧ୍ୟ ତାଙ୍କ ନାମରେ ୧କୋଟି ୨୬ ଲକ୍ଷ ଟଙ୍କାର ନୋଟିସ ଆସିଛି। ସେ ଆୟକର ବିଭାଗ କାର୍ଯ୍ୟାଳୟକୁ ଯାଇ ବୁଝିବାବେଳେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କ ନାମରେ ସମ୍ପୃକ୍ତ ଆକାଉଣ୍ଟ ଥିବା ଜଣାପଡ଼ିଥିଲା। ଏହା ସତ୍ତ୍ବେ ସେ ୨୦୧୪-୧୫ ବର୍ଷରେ ବିପୁଳ ଆୟ କରିଥିବା ଆୟକର ବିଭାଗ ଦର୍ଶାଇବାରୁ ନୀତିନ୍‌ ପୁଲିସର ଆଶ୍ରୟ ନେଇଛନ୍ତି। ବାସ୍ତବରେ ପାନ୍‌ ନମ୍ବରର ଅପବ୍ୟବହାର ଦ୍ବାରା ଏପରି ହୋଇଥିବା ପୁଲିସ ସନ୍ଦେହ କରୁଛି।

Hot this week

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

Related Articles

Popular Categories