୧୦ ପର୍ଯ୍ୟନ୍ତ ଘୁଞ୍ଚିଲା ଇଗ୍ନୋ ନାମଲେଖା

ଭୁବନେଶ୍ୱର:ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ)ର ନାମଲେଖା ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନୂତନ ଭାବେ ଆରମ୍ଭ ହୋଇଥିବା ଏମ୍‌ଏସ୍‌ସି ପାଠ୍ୟକ୍ରମ ସମେତ ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଡିପ୍ଲୋମା ଓ ସାର୍ଟିଫିକେଟ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ସେହିପରି ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପୁନଃ ପଞ୍ଜୀକରଣ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ବହୁ ଛାତ୍ରଛାତ୍ରୀ ଗତ ୩୧ ତାରିଖ ସୁଦ୍ଧା ନାମ ଲେଖାଇପାରି ନ ଥିବାରୁ ଅବଧିକୁ ଇଗ୍ନୋ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି। ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରୁ ସବିଶେଷ ତଥ୍ୟ ପାଇବେ ବୋଲି ଇଗ୍ନୋ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦେଶକ ଡ.ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Comments are closed.