www.samajalive.in
Sunday, December 14, 2025
17.1 C
Bhubaneswar

ମଣିପୁର ପ୍ରଶ୍ନକୁ ସଂସଦରେ ଏଡ଼ାଯାଉଛି

ନୂଆଦିଲ୍ଲୀ: ମଣିପୁର ହିଂସା ବିଷୟ ସଂସଦରେ ଆଲୋଚନା ହେଉ ନଥିବାବେଳେ ଏ ସମ୍ପର୍କିତ ପ୍ରଶ୍ନକୁ ମଧ୍ୟ ଏଡାଯାଉଛି। ମଣିପୁର ପ୍ରସଙ୍ଗରେ କୌଣସି ସଦସ୍ୟ ପ୍ରଶ୍ନ କରିବାକୁ ଚାହୁଁଥିବାବେଳେ ଏହାକୁ ସଂସଦ ସଚିବ ଗ୍ରହଣ କରୁ ନାହାନ୍ତି। ସୂଚନା ଅନୁଯାୟୀ ମଣିପୁର ହିଂସା ସମ୍ପର୍କିତ ମାମଲା ନ୍ୟାୟାଳୟରେ ବିଚାରାଧୀନ ରହିଥିବାବେଳେ ଏହାର ପ୍ରଶ୍ନକୁ ଏଡାଯାଉଥିବା କୁହାଯାଇଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ କହିଛନ୍ତି ଯେ ସଦସ୍ୟମାନେ ମଣିପୁର ସମ୍ପର୍କରେ ପ୍ରଶ୍ନ କରିବାକୁ ଚାହଁୁଥିବାବେଳେ ଏହାକୁ ଗ୍ରହଣ କରାଯାଉ ନାହିଁ। ରାଜ୍ୟସଭାର ରୁଲ୍‌ ୪୭ ଅନୁଯାୟୀ କୌଣସି ମାମଲା ଯଦି ଦେଶର କୌଣସି ନ୍ୟାୟାଳୟରେ ବିଚାରାଧୀନ ଥାଏ ତେବେ ସେସମ୍ପର୍କରେ ସଦସ୍ୟମାନେ ତଥ୍ୟ ମାଗିପାରିବେ ନାହିଁ କି ପ୍ରଶ୍ନ କରିପାରିବେ ନାହିଁ। ଲୋକସଭାରେ ମଧ୍ୟ ଅନୁରୂପ ନିୟମ କାର୍ଯ୍ୟକାରୀ ହୋଇଥାଏ। ଜୁଲାଇ ୨୦ରେ ସର୍ବୋଚ୍ଚ ନ୍ୟାୟାଳୟ ମଣିପୁର ପ୍ରସଙ୍ଗରେ ନିଜ ଆଡୁ ମାମଲା ରୁଜୁ କରିବା ପୂର୍ବକ ଏହା ଉପରେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories