www.samajalive.in
Monday, December 15, 2025
24.1 C
Bhubaneswar

କଂଗ୍ରେସ ରାଜ୍ୟ ସଭାପତିଙ୍କ କୁଶପୁତ୍ତଳିକା ଦାହ

ସମ୍ବଲପୁର,୨୦ା୭(ସିଟି: ରାଜ୍ୟ କଂଗ୍ରେସ ତରଫରୁ ବିଧାୟକ ମହମ୍ମଦ ମୌକିମ ଓ କଂଗ୍ରେସ ନେତା ଚିରଞ୍ଜିବି ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଫଳରେ ସମ୍ବଲପୁରରେ ତାଙ୍କର ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁରୁବାର ସମ୍ବଲପୁର ସହରର ବୈଦାର ନୂଆପାଲି ଠାରେ ବିଧାୟକ ମହମ୍ମଦ ମୌକିମ ଙ୍କ ସମର୍ଥକ ମାନେ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଫଟୋ ଚିତ୍ର ଓ କୁଶ ପୁତ୍ତଳିକା ଦାହ କରିଥିଲେ। ଯୁବ ନେତ୍ରୀ ବବିତା ବଡପଣ୍ଡାଙ୍କ ନେତୃତ୍ୱରେ ପ୍ରଥମେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ପରେ ତାଙ୍କର କୁଶପୁତ୍ତଳିକା ଓ ପୋଷ୍ଟର ପୋଡି ଥିଲେ। ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ରାଜ୍ୟରେ ଭୂଷୁଡି ପଡ଼ିଥିବାର ଅଭିଯୋଗ କଂଗ୍ରେସ କର୍ମୀ କରିଥିଲେ।

ବିଧାୟକ ମୌକିମ ଓ ଚିରଞ୍ଜିବୀ ବିଶ୍ୱାଳଙ୍କ ନିଲମ୍ବନକୁ ନେଇ କେନ୍ଦ୍ରୀୟ ହାଇକମାଣ୍ଡ ପୁନଃ ବିଚାର କରିବାକୁ ସେମାନେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ବଣ୍ଟି ନାଏକ, ମନୋଜ ମେହେର, କମଳ ଦଣ୍ଡିଆ, ସଞ୍ଜୟ ପଧାନ, କରନ ବେହେରା ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories