www.samajalive.in
Monday, December 15, 2025
26.1 C
Bhubaneswar

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜାନରେ ସାମିଲ ପାଇଁ ଇପିଏଫ ସଂଘର ଦାବି

ସମ୍ବଲପୁର: ରାଜ୍ୟ ଇପିଏଫ ପେନସନର ସଂଘ ତରଫରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା ସମେତ ଅନ୍ୟାନ୍ୟ ସୁବିଧା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଗୁରୁବାର ପୂର୍ବାହ୍ନରେ ସଂଘର ସମ୍ବଲପୁର ଶାଖା ତରଫରୁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଦେଶରେ ୭୫ ଲକ୍ଷରୁ ଉର୍ଦ୍ଧ ଇପିଏଫ ପେନସଭୋଗୀ ରହିଛନ୍ତି। ସେମାନଙ୍କୁ ଏବେ ମାସିକ ୫୦୦ ରୁ ୩୫୦୦ ଟଙ୍କା ମଧ୍ୟରେ ମିଳୁଥିବା ବେଳେ ଏହି ଟଙ୍କାରେ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇ ପଡ଼ିଛି।

ଏଣୁ ଇପିଏଫ ପେନସଭୋଗୀ ମାନଙ୍କୁ ଅତି କମରେ ମାସିକ ୯ ହଜାର ଟଙ୍କା ସହିତ ଡିଏ ଏବଂ ଚିକିତ୍ସା ଖର୍ଚ୍ଚ ଦେବା ପାଇଁ ଦାବି କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, ଇପିଏଫ ପେନସଭୋଗୀ ମାନଙ୍କର ଆୟ ଅତି ସ୍ୱଳ୍ପ ରହିଥିବାରୁ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇ ଉପକୃତ କରିବା ପାଇଁ ଦାବି କରାଯାଇଛି। ସମ୍ବଲପୁର ଜିଲା ସଂଘର ସଭାପତି ଟଙ୍କଧର ମାଝୀ, ସମ୍ପାଦକ ନାରାୟଣ ସୁବୁଦ୍ଧି, ଉପ ସଭାପତି ବିଜୟ କୁମାର ଧର ଓ ଅନ୍ୟ ସଦସ୍ୟ ମାନେ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories