www.samajalive.in
Monday, December 15, 2025
15.1 C
Bhubaneswar

ଜାଣନ୍ତୁ କ’ଣ ହେଉଛି ରାଇଜ୍‌ ହାଇଡ୍ରୋପୋନିକ ବଗିଚା, ଘର ଭିତରେ ଆପ୍‌ ସାହାଯ୍ୟରେ ବଢୁଛି ଗଛ

ନୂଆଦିଲ୍ଲୀ – ଅନେକ ଲୋକଙ୍କର ଘର ଭିତରେ ବିଭିନ୍ନ ଗଛ ଲଗାଇବାର ସଉକ ହୋଇଥାଏ । ମାତ୍ର ଏବେ ସହରମାନଙ୍କରେ ବାଲକୋନି କିମ୍ବା ଛାତ ଉପର ବ୍ୟତୀତ ଅନ୍ୟ ସ୍ଥାନରେ ଗଛ ଲଗାଇବା କଷ୍ଟକର ବ୍ୟାପାର । କାହଁ କେତେକାଳରୁ ମଣିଷ ଫଳ ଏବଂ ପନିପରିବା ଚାଷ କରି ଆସୁଛି । ଏବେ ଅରଗାନିକ୍‌ ଖାଦ୍ୟର ଚାହିଦା ବୃଦ୍ଧି ପାଇଛି । ରାଇଜ୍‌ ହାଇଡ୍ରୋପୋନିକ ବଗିଚାରେ ଆପଣ ଘର ଭିତରେ ଚାଷ କରିପାରିବେ କିମ୍ବା ନିଜ ମନ ପସନ୍ଦର ପନିପରିବା ପାଇପାରିବେ।

ବେଳେ ବେଳେ ବଗିଚା କଲେ ମଧ୍ୟ ଫଳ ଏବଂ ପନିପରିବା ମାଙ୍କଡ, ଠେକୁଆ ବିଭିନ୍ନ ପକ୍ଷୀଙ୍କ କବଳରୁ ନିସ୍ତାର ପାଇ ନଥାଏ । ଅନେକ ପରିଶ୍ରମ ପାଣିରେ ପଡିଥାଏ । ରାଇଜ୍‌ ହାଇଡ୍ରୋପୋନିକ ବଗିଚା ଆପଣ ଘରେ କରିପାରବେ ଏବଂ ଏହା ନଷ୍ଟର ହେବାର ସମ୍ଭାବନା ମଧ୍ୟ କମ୍‌ । ରାଇଜ୍‌ ହାଇଡ୍ରୋପୋନିକ କହିଲେ ଏହା ଜଳୀୟ ବଗିଚା। ଘର ଭିତରେ ଯେଉଁଠାରେ ଅଳ୍ପ ସୂର୍ଯ୍ୟାଲୋକ ପଡୁଥିବ ସେହି ସ୍ଥାନରେ ଏହି କୃଷି କରିହେବ । ଏବେ ଅତ୍ୟାଧୁନିକ ଏବଂ ମୋବାଇଲ୍‌ ଆପ୍‌ ମାଧ୍ୟମରେ ଏହାର ବିଭିନ୍ନ ସ୍ଥିତି ଜାଣି ହେବ । ଯେଉଁମାନଙ୍କର ଘର ଭିତରେ ବଗିଚା କରିବା ପାଇଁ ରୁଚି ଥିବା ଏହି ଜଳୀୟ ବଗିଚା କରିପାରିବେ । ଏଥିରେ ଧନିଆ, ଚେରି ଟମାଟୋ, ବିଭିନ୍ନ ପ୍ରକାରର ଶାଗ ଆପଣ ଚାଷ କରିପାରିବେ ।

- Advertisement -

ଏହି ପନି ପରିବା ମଧ୍ୟ ସ୍ୱାସ୍ଥ୍ୟକର । ଏଥିଯୋଗୁଁ ପରିବେଶ ସୁରକ୍ଷା ସହ ମଣିଷର ମନ ମଧ୍ୟ ଭଲ ରହିପାରିବେ। ବିଭିନ୍ନ ସହରମାନଙ୍କରେ ଯେଉଁଠାରେ ବଗିଚା ପାଇଁ ସ୍ଥାନାଭାବ ଦେଖାଦେଉଛି ସେଠାରେ ଏହି ଜଳୀୟ ବଗିଚାର ଚାହିଦା ବୃଦ୍ଧି ପାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories