www.samajalive.in
Sunday, December 14, 2025
26.1 C
Bhubaneswar

ଆଗକୁ ଗଡ଼ିଗଲା ସବାରୀ; ୮ଯାତ୍ରୀ ଲହୁଲୁହାଣ

ନୀଳଗିରି: ନୀଳଗିରିରୁ ପଞ୍ଚଲିଙ୍ଗେଶ୍ୱରକୁ ଯାଉଥିବା ଏକ ଯାତ୍ରୀବାହୀ ସବାରୀ ଗାଡ଼ି ଷ୍ଟାର୍ଟରେ ଠିଆ ହୋଇଥିବା ସମୟରେ ହଠାତ ଆଗକୁ ଗଡ଼ିଯିବାରୁ ୮ଜଣ ଯାତ୍ରୀ ଲହୁଲୁହାଣ ହୋଇଛନ୍ତି। ଏହି ଦୁର୍ଘଟଣା ଯୋଗୁ ସମସ୍ତ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ହୋଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।
ନୀଳଗିରିସ୍ଥିତ କଦମସାହି ଛକରେ ଉକ୍ତ ସବାରୀ ଗାଡ଼ିଟି ଷ୍ଟାର୍ଟ ଅବସ୍ଥାରେ ଛିଡ଼ା କରି ଚାଳକ ଜଣକ ଯାତ୍ରୀଙ୍କୁ ଭର୍ତ୍ତି କରୁଥିଲେ। ଏତିକିବେଳେ ଆଗରେ ବସିଥିବା କେହି ଯାତ୍ରୀଙ୍କ ଗିୟର ଉପରେ ହାତ ପଡ଼ିଯିବାରୁ ଗାଡ଼ିଟି ଆଗକୁ ମାଡ଼ି ଯାଇଥିଲା।

ଏପରିକି ଗାଡ଼ିଟିର ଗତି ଧିରେ ଧିରେ ବୃଦ୍ଧି ପାଇବାରୁ ସମ୍ମୁଖରେ ଥିବା ୨ଟି ବାଇକ ଚୁରମାର ହେବା ସହ ଜଣେ ବ୍ୟକ୍ତିଙ୍କ ଲୁହା ଫାଟକରେ ବାଡ଼େଇ ହେବା ପରେ ଓଲଟି ଯାଇଥିଲା। ଗାଡ଼ି ଭିତରେ ବସିଥିବା ମୋନାଲିସା ଜେନା, ରଶ୍ମିରଞ୍ଜନ ନାୟକ, ଗୁରୁବାରୀ ମାଝୀ, ଯାଜ୍ଞସେନୀ ମହାପାତ୍ର, ଲିପିକା ସାହୁ, ଲକ୍ଷ୍ମୀପ୍ରିୟା ମଲିକ ପ୍ରମୁଖ ୮ଜଣ ଯାତ୍ରୀ ଲହୁଲୁହାଣ ହୋଇ ପଡ଼ିଥିଲେ। ଜୀବନ ବିକଳରେ ଯାତ୍ରୀମାନେ ଚିତ୍କାର କରୁଥିବା ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଓଲଟି ପଡ଼ିଥିବା ସବାରୀକୁ ଉଠାଇଥିଲେ। ଆହତଙ୍କୁ ପ୍ରଥମେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories