ପିପିଲି:ପିପିଲି ଥାନା ଅନ୍ତର୍ଗତ ଉଜାଣିପଡା ଗ୍ରାମର ଆରତ ସାହୁ (୭୦)ଙ୍କର ଗୁରୁବାର ମଧ୍ୟାହ୍ନ ସମୟରେ ବଜ୍ରାଘାତରେ ପରଲୋକ ଘଟିଥିବା ସୂଚନା ମିଳିଛି। ସେ ବିଲରେ ଚାଷକାର୍ଯ୍ୟ କରୁଥିବା ବେଳେ ବଜ୍ରାଘାତରେ ସେଠାରେ ଟଳି ପଡିଥିଲେ। ବିଜେପି ଯୁବନେତା ସରୋଜ କୁମାର ପ୍ରଧାନ ଓ ପରିବାର ଲୋକଙ୍କ ସମେତ ଗ୍ରାମର କେତେକ ଯୁବକ ତାଙ୍କୁ ପିପିଲି ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଶ୍ରୀ ପ୍ରଧାନ ଦାବି କରିଛନ୍ତି। ଏ ସଂପର୍କରେ ପିପିଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ରମାକାନ୍ତ ସାହୁଙ୍କଠାରୁ ସୂଚନା ମିଳିଛି।



