www.samajalive.in
Monday, December 15, 2025
16.1 C
Bhubaneswar

ଶୋକାକୁଳ ପରିବେଶରେ ଯବାନଙ୍କ ଶେଷକୃତ୍ୟ ସଂପନ୍ନ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ସାନ କୁଶସ୍ଥଳୀ ଗ୍ରାମର ଜଣେ ଯବାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି ଉକ୍ତ ଯବାନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତକ ଜଣକ ଜଣକ ହେଲେ ସେହି ଗ୍ରାମର ସ୍ବର୍ଗତ ଧର୍ମେନ୍ଦ୍ର ସେଠୀ (୪୪) ଯିଏ କି କଲିକତା ଠାରେ ଆର୍ମିରେ ଜେସିଓ ଭାବେ କାର୍ଯ୍ୟରତ ଥିଲେ। ସେ ପ୍ରାୟ ୨୨ ବର୍ଷ ହେବ କାର୍ଯ୍ୟରତ ଥିଲେ। ସେ ବିଭିନ୍ନ ସ୍ଥାନରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଥିଲେ। ପଦୋନ୍ନତି ପାଇ ପ୍ରାୟ ୩ ମାସ ହେବ କଲିକତା ୩୧୨ ଇଏମଇରେ ଜେସିଓ ଭାବେ କାର୍ଯ୍ୟରତ ଥିଲେ। ଗତ ମେ ମାସ ୬ ତାରିଖରେ ଅଫିସ ଯାଉଥିବା ବେଳେ ପଛ ପଟୁ ଏକ ସ୍କୁଟି ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ କଲିକତା ସ୍ଥିତ କମାଣ୍ଡ ମେଡିକାଲରେ ତାଙ୍କର ଚିକିତ୍ସା ଚାଲୁ ରହିଥିଲା। ଗତ୧୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ବର୍ଗତ ସେଠୀଙ୍କ ମର ଶରୀରକୁ କଲିକତାର ୨ ଜଣ ଯବାନ ନେଇ ଆଜି ସକାଳେ ସାନ କୁଶସ୍ଥଳୀରେ ପହଞ୍ଚିଥିଲେ। ଗ୍ରାମରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ସମ୍ମାନର ସହ ଗ୍ରାମ ଶ୍ମଶାନ ଘାଟକୁ ଆଣି ସେଠାରେ ଗାର୍ଡ ଅଫ୍ ଅନ୍ନର ଦେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ପରିବାର ଲୋକେ ସାନ କୁଶସ୍ଥଳୀ ଗ୍ରାମର ରହୁଥିବା ବେଳେ ସ୍ତ୍ରୀ ଓ ୨ ଝିଅ ଅଛନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories