ପାଟଣା: ପାଟଣା ବ୍ଲକ ମନରେଗା ସଭା ଗୃହରେ ବ୍ଲକ ସଭାପତି ଶୁଶିଳା ନାଏକଙ୍କ ସଭାପତିତ୍ୱରେ ଓ କାର୍ଯ୍ୟକାରୀ ସଭାପତି ଅର୍ଜୁନ ଚରଣ ସେଠି, ବ୍ଲକ ଉପସଭାପତି ଦାଶରଥି ନାଏକ, ଜିଲ୍ଲା କମିଟି ସଦସ୍ୟ ମୋହନ ଚରଣ ମହାନ୍ତଙ୍କ ପରିଚାଳନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଚଳିତ ଆର୍ଥିକ ବର୍ଷରେ ୮୦ ପ୍ରତିଶତ ଗାଁ ସାଥୀଙ୍କ ହାତରେ ସାମୁହିକ ପ୍ରକଳ୍ପର କାର୍ଯ୍ୟାଦେଶ ନାହିଁ ଓ ମନରେଗା କାର୍ଯ୍ୟ ଶତକଡା ୮୦ ପ୍ରତିଶତ ଠପ। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଅନିଶ୍ଚିତତା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଅଗଷ୍ଟ ମାସ ପୂର୍ବରୁ ସମସ୍ତ ମେଟ ମାନଙ୍କୁ ସାମୁହିକ ପ୍ରକଳ୍ପର କାର୍ଯ୍ୟାଦେଶ ମଜୁରୀ, ସକପିଟ କାର୍ଯ୍ୟର ମିସ୍ତ୍ରୀ ମଜୁରୀ, ମେଟ ପରିଚୟ ପତ୍ର ପ୍ରଦାନ ଆଦି ଚାରି ଦଫା ସମ୍ବଳିତ ଦାବି ପତ୍ର ବିଡ଼ିଓ ପାଟଣାଙ୍କ ଉଦେଶ୍ୟରେ ମୋ ସରକାର କକ୍ଷ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।
Popular Categories



