www.samajalive.in
Monday, December 15, 2025
15.1 C
Bhubaneswar

ନବ ଦାସ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ ରଦ୍ଦି କାଗଜ ଦାଖଲ କରିଛି : ସାଂସଦ ସୁରେଶ ପୂଜାରୀ

ସମ୍ବଲପୁର: ରାଜ୍ୟର ବହୁ ଚର୍ଚ୍ଚିତ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ୫୦୦ ବିଶିଷ୍ଟ ଚାର୍ଜସିଟ ଦାଖଲ କରିଛି। ଏହି ଘଟଣାରେ ପ୍ରତିକ୍ରିୟା ଦେଇ ବିଜେପି ନେତା ତଥା ସାଂସଦ ସୁରେଶ ପୂଜାରୀ ଏହାକୁ ରଦ୍ଦି କାଗଜ ବୋଲି କହିଛନ୍ତି। ଏହି ମର୍ମରେ ଶୁକ୍ରବାର ପୂର୍ବାହ୍ନରେ ସମ୍ବଲପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ପୁଜାରୀ କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଗତକାଲି ତଳ କୋର୍ଟରେ ହାଜର କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ସମୟ ଅବଧି ମଧ୍ୟରେ ୫୦୦ ପୃଷ୍ଟା ବିଶିଷ୍ଟ ଚାର୍ଜସିଟ ଦାଖଲ କ୍ରାଇମବ୍ରାଞ୍ଚ କରିଥିବା ବେଳେ ଏହି ଘଟଣାରେ ୧୦୦ ଜଣ ସାକ୍ଷୀ ରହିଛନ୍ତି ଏବଂ ୯୦ଟି କାଗଜପତ୍ର ଚାର୍ଜସିଟରେ ଦାଖଲ ହୋଇଛି। ଗୋପାଳ ଦାସଙ୍କୁ ପାଗଳ କରାଇବା ପାଇଁ ୧୨୦ ଦିନ ସମୟ କ୍ରାଇମବ୍ରାଞ୍ଚ ନେଇଥିଲା। ଏ ପର୍ଯ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ କଲ ଡିଟେଲ ଯାଞ୍ଚ କରାଯାଇ ନାହିଁ। ନବ ଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି ବୋଲି ସାଂସଦ ଶ୍ରୀ ପୂଜାରୀ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଅଦାଲତକୁ ଦେଇଥିବା ତଥ୍ୟ ସଠିକ ନାହିଁ। ଏହା ଏକ ରଦ୍ଦି କାଗଜ ବୋଲି ସେ କହିଛନ୍ତି।

ସେ ଆହୁରୀ କହିଛନ୍ତି ଯେ, ଗୋପାଳ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯେତେ ଚାର୍ଜସିଟ ଦାଖଲ କ୍ରାଇମବ୍ରାଞ୍ଚ କରିଛି, ତାକୁ ଦେଖିଲେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ଯଦି ଅଭିଯୁକ୍ତ ଗୋପାଳ ଦାସକୁ ପାଗଳ କୁହାଯାଇଥିଲା, ତାହା ହେଲେ ବନ୍ଧୁକ କାହିଁକି ଜାରି କରାଯାଇଥିଲା। ୧୮ ରାଉଣ୍ଡ ଗୁଳି କିଭଳି ତା ନିକଟକୁ ଆସିଥିଲା। ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା, ତାହା ହେଲେ ୨ଟି ଖାଲି ଖୋକା ଜବତ ହୋଇଥିବା ବେଳେ ଆଉ ଗୋଟିଏ ଖୋକା କୁଆଡେ ଗଲା ! ଏହି ହତ୍ୟାକାଣ୍ଡ ଦ୍ୱାରା ଯେଉଁମାନେ ଲାଭ ପାଇଥାନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତୀ ଗଲେ ବୋଲି ସାଂସଦ ଶ୍ରୀ ପୁଜାରୀ କହିଛନ୍ତି। ଏଥି ସହ ନବ ଦାସଙ୍କ ସହିତ ବ୍ୟକ୍ତିଗତ ଶତ୍ରୁତା ଥିବା ସେ ତଦନ୍ତ ସମୟରେ କହିଥିବା ଚାର୍ଜସିଟରେ ଉଲ୍ଲେଖ୍ୟ ରହିଛି। ଟ୍ରାଫିକରେ ନବ ଦାସଙ୍କ ଗାଡି ଅଟାକାଇବା, ପୁତୁରାକୁ ନେଇ ଚାକିରି ପାଇଁ ନବ ଦାସଙ୍କ ପାଖକୁ ଯିବା ପରେ ସେ ତାଙ୍କର କଥା ନ ଶୁଣିବା ଓ ତାଙ୍କର ସମର୍ଥକ ମାନଙ୍କ ସହିତ ଝଗଡ଼ା ହୋଇଥିବା ଚାର୍ଜସିଟରେ ଉଲ୍ଲେଖ୍ୟ କରାଯାଇଛି। ଫଳରେ ଗୋପାଳ ନିଜ ଭାଇ ସହିତ ସମଲେଶ୍ୱରୀ ମନ୍ଦିର ଯାଇଥିଲା ଏବଂ ଲଣ୍ଡା ହୋଇ ନବ ଦାସଙ୍କୁ ମାରିବା ପାଇଁ ସଂକଳ୍ପ ନେଇଥିଲା। ହତ୍ୟାକାଣ୍ଡ ଘଟଣା ପରେ ପୁଲିସ ଏୟାରଫିଲ୍ଡ ଥାନାକୁ ନେଇଥିବା ବେଳେ ସେଠାରେ ଶୌଚାଳୟକୁ ଯିବା ସମୟରେ ୩୦ ପୃଷ୍ଠର କାଗଜକୁ ପାଇଖାନା ମଧ୍ୟକୁ ଫ୍ଲସ କରି ଦେଇଥିଲେ। ପରଦିନ ଉକ୍ତ ପାଇଖାନା ଟାଙ୍କିରୁ ୩୦ ପୃଷ୍ଠାର କାଗଜ ଜବତ କରିଥିବା ବେଳେ କାଗଜରେ ଲେଖାଯାଇଥିବା ଅକ୍ଷର ଗୁଡିକର ଦୃଶ୍ୟମାନ ଥିଲା ନା ନାହିଁ, ସେ ବିଷୟରେ ଚାର୍ଜସିଟରେ କାହିଁକି ଉଲ୍ଲେଖ୍ୟ କରାଯାଇ ନାହିଁ ବୋଲି ସାଂସଦ ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି। ଏଣୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଉଚିତ ତଦନ୍ତର ବ୍ୟବସ୍ଥା କରନ୍ତୁ ବୋଲି ସାଂସଦ ପୂଜାରୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories