ବୌଦ୍ଧ: ବୌଦ୍ଧ ଜିଲ୍ଲା ବୌଦ୍ଧ ରେଂଜ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରୁ ଦୁବୃର୍ତ୍ତମାନେ ଅବାଧରେ ଗଛ କାଟି ନେଇଯାଇଥିବା ସଂପର୍କରେ ଜଣାପଡ଼ିବା ପରେ ବୌଦ୍ଧ ଡିଏଫଓଙ୍କ ଠାରେ ଦେବଗଡ଼ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏସିଏଫ ଆଶିଷ କହଁରଙ୍କ ନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଂଚି ସଂରକ୍ଷିତ ଜଙ୍ଗଲରୁ ଗଛ କଟାଯାଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛି। ଜଙ୍ଗଲରୁ କେତେଗଛ କଟିଛି କଟା ଯାଇଥିବା ଖୁଣ୍ଟା ଗଣତି କାର୍ଯ୍ୟ କରାଯାଉଛି। ଟିମରେ ଫରେଷ୍ଟର ସ୍ୱାଧିନ ସାମଲ, ଫରେଷ୍ଟ ଗାର୍ଡ ଦୀପକ ନାଏକ ପ୍ରମୁଖ ସାମିଲ ହୋଇଛନ୍ତି।
Popular Categories



