www.samajalive.in
Monday, December 15, 2025
15.1 C
Bhubaneswar

ନାହିଁ ନାହିଁରେ ଚାଲିଛି ଉପଜିଲ୍ଲାପାଳ କାର୍ଯ୍ୟାଳୟ, ମାସେ ହେଲା ଉପଜିଲ୍ଲାପାଳ ପଦବୀ ଖାଲି

ଆଠଗଡ଼: କଟକ ଜିଲ୍ଲାର ସର୍ବବୃହତ ତଥା ଗୁରୁତ୍ୱପୂର୍ଣ୍ଣ ଆଠଗଡ଼ ଉପଖଣ୍ଡର ମୁଖ୍ୟ ପ୍ରଶାସନିକ ଅଧିକାରୀ ଉପଜିଲ୍ଲାପାଳ ପଦବୀଟି ଗତ ୩୦ଦିନ ହେବ ଖାଲି ପଡ଼ିଥିବାରୁ ଏଠାରେ ଏକ ରକମ ପ୍ରଶାସନିକ ସ୍ଥାଣୁତା ଅନୁଭବ କରିହେଉଛି। ଗତ ମେ ୩୧ତାରିଖରେ ଏଠାରେ କାର୍ଯ୍ୟରତ ଥିବା ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅବସର ଗ୍ରହଣ କରିବା ପରେ ଏ ପର୍ଯ୍ୟନ୍ତ ସେ ପଦବୀରେ କାହାକୁ ବି ନିଯୁକ୍ତ କରାଯାଇନାହିଁ। ଏଠାରେ କାର୍ଯ୍ୟରତ ଡେପ୍ୟୁଟି କଲେକ୍ଟର ଦିପ୍ତୀମୟୀ ବେହେରାଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅସ୍ଥାୟୀ ଭାବେ ଉପଜିଲ୍ଲାପାଳ ଦାୟିତ୍ୱ ଅର୍ପଣ କରାଯାଇଛି।

ଆଠଗଡ଼ ଉପଖଣ୍ଡର ୪ ବ୍ଲକ ଓ ୪ଟି ତହସିଲ ରହିଥିବାବେଳେ ଉପଖଣ୍ଡର ଲୋକସଂଖ୍ୟା ପ୍ରାୟ ୬ଲକ୍ଷରୁ ଉର୍ଦ୍ଧ। ଜିଲ୍ଲାର ତଥା ରାଜ୍ୟର ଅନ୍ୟତମ ବୃହତ୍‌‌ ଉପଖଣ୍ଡର ମୁଖ୍ୟ ପ୍ରଶାସନିକ ଅଧିକାରୀ ପଦବୀଟି ଏତେଦିନ ଧରି ଖାଲି ପଡ଼ିଥିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହିତ ଉପଜିଲ୍ଲାପାଳଙ୍କ ଅଦାଲତରେ ପଡ଼ିରହିଥିବା ବହୁ ମାମଲା ବିଚାର ହୋଇପାରୁନାହିଁ। ସମଗ୍ର ଉପଖଣ୍ଡରେ ଆଇନ ଶୃଙ୍ଖଳା ରକ୍ଷା କରିବା, ୪ଟି ଯାକ ବ୍ଲକ ଓ ତହସିଲରେ ଉନ୍ନୟନ କାର୍ଯ୍ୟ ସହ ରାଜସ୍ୱ ଆଦାୟ, ନିଜ ଅଦାଲତରେ ଜମିଜମା ଓ ଅନ୍ୟାନ୍ୟ ମାମଲା ପରିଚାଳନା କାର୍ଯ୍ୟ ଉପଜିଲ୍ଲାପାଳଙ୍କର ଗୁରୁଦାୟିତ୍ୱ ରହିଛି। ଆଗକୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କିପରି କରାଯିବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତା ଛଡା ଆଉ ମାତ୍ର ୯-୧୦ମାସ ମଧ୍ୟରେ ସାଧାରଣ ଓ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏବେଠାରୁ ଭୋଟର ତାଲିକା ସଂଶୋଧନ ଓ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଆଠଗଡ଼ ଓ ବଡମ୍ବା ୨ଟି ଯାକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜିକରଣ ଅଧିକାରୀ ଓ ରିଟର୍ଣ୍ଣଂ ଅଫିସର ହେଉଛନ୍ତି ଉପଜିଲ୍ଲାପାଳ। ଉପଜିଲ୍ଲାପାଳ ପଦବୀ ଦୀର୍ଘଦିନ ଧରି ଖାଲି ରହିଥିବାରୁ ଏହିସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହେଉଛି। ଏଥି ସହିତ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ୨ଟି ସହକାରୀ ଜିଲ୍ଲାପାଳ ପଦବୀ ସହିତ ପ୍ରାୟ ୯ଟି କିରାଣୀ ପଦବୀ ଖାଲି ପଡ଼ିଛି। ସେହିପରି ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରହିଥିବା ଅଲେଖ ଚନ୍ଦ୍ର ଦାଶ ଗତ ମେ ୩୧ତାରିଖରେ ଅବସର ଗ୍ରହଣ କରିବା ପରେ ତାଙ୍କ ସ୍ଥାନରେ ବାଙ୍କୀ ସୂଚନା ଓ ଲୋକସଂପର୍କ ବିଭାଗର ଗ୍ରନ୍ଥାଗାରିକଙ୍କୁ ଆଠଗଡ଼ର ଅସ୍ଥାୟୀ ଦାୟିତ୍ୱ ଅର୍ପଣ କରାଯାଇଥିବା ବେଳେ ତାଙ୍କୁ ଏଠାରେ ଦେଖିବାକୁ ମିଳୁନାହିଁ।

- Advertisement -

ସେହି କାର୍ଯ୍ୟାଳୟରେ ଅନ୍ୟ କେହି କର୍ମଚାରୀ ନଥିବାରୁ ସବୁବେଳେ ତାଲା ପଡ଼ିରହିଛି। ଆଠଗଡ଼ ଉପଖଣ୍ଡର ଦୂରଦୂରାନ୍ତରୁ ବିଭିନ୍ନ କାର୍ଯ୍ୟ ବିଶେଷ କରି ଉପଜିଲ୍ଲାପାଳଙ୍କ ଅଦାଲତରେ ଥିବା ବିଭିନ୍ନ ମାମଲା ପାଇଁ ଆଠଗଡ଼ ଆସି ନିରାଶ ହୋଇ ଫେରୁଛନ୍ତି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଆଠଗଡ଼ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡର ଉପଜିଲ୍ଲାପାଳ ପଦବୀ ସହିତ ଖାଲିପଡ଼ିଥିବା ଅନ୍ୟ ଅଧିକାରୀ ଓ କର୍ମଚାରୀ ପଦବୀ ଗୁଡିକୁ ଯଥାଶୀଘ୍ର ପୂରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories