www.samajalive.in
Saturday, December 13, 2025
21.1 C
Bhubaneswar

କାର୍ଯ୍ୟାଦେଶ ଦାବିରେ ଗୁହାଲଡିହି ରେଳ ସାଇଡିଂ କଲ୍ୟାଣ ପରିଷଦ ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼: ସଦର ଥାନା ଅଧିନ ଗୁହାଲଡିହି ରେଳ ସାଇଡିଂରେ କାର୍ଯ୍ୟାଦେଶ ପ୍ରଦାନ ଦାବିରେ ଗୁହାଲଡିହି ରେଳ ସାଇଡିଂ କଲ୍ୟାଣ ପରିଷଦ ଶନିବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ରେଳ ସାଇଡିଂରେ ପରିବହନ କାର୍ଯ୍ୟରେ ପ୍ରକଳ୍ପ ପାଇଁ ଜମିହରା ପ୍ରଜାଙ୍କୁ କାର୍ଯ୍ୟାଦେଶ ଦାବିରେ ୨୦୨୦ରେ ଜମିହରାଙ୍କ ପକ୍ଷରୁ ଆନ୍ଦୋଳନ ହୋଇଥିଲା। ଜମିହରାଙ୍କୁ ନ୍ୟାୟ ପ୍ରଦାନ ପରିବର୍ତ୍ତେ ମିଥ୍ୟା କମଦ୍ଦମାରେ ପୁଲିସ ଗିରଫ କରି ଜେଲ ହାଜତକୁ ପଠାଇବା ନେଇ ମାନବାଧିକାରକର୍ମୀ ପ୍ରଦୀପ୍ତ କୁମାର ନାୟକ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ଫେରାଦ ହୋଇଥିଲେ। ୧୨୭୯/୨୦୨୦ ଯୋଗେ ମାନବାଧିକାର ଆୟୋଗ ପକ୍ଷରୁ ଅଭିଯୋଗକୁ ଗ୍ରହଣ କରାଯାଇ ୨୫ ଅପ୍ରେଲ ୨୦୨୩ରେ ଚୂଡାନ୍ତ ରାୟରେ ମାନବାଧିକାର ଆୟୋଗ ପକ୍ଷରୁ ଜିଲା ଶ୍ରମ ଅଧିକାରୀ ଓ ଉକ୍ତ ରେଳ ସାଇଡିଂରେ କାର୍ଯ୍ୟ କରୁଥିବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ଜିଲାପାଳ ୨ମାସ ମଧ୍ୟରେ ଜମିହରାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରିଥିଲେ। ଇତିମଧ୍ୟରେ ମାନବାଧିକାର ଆୟୋଗଙ୍କ ଆଦେଶ ମୁତାବକ ୨ମାସ ସମୟ ଅତିକ୍ରମ କରିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଶନିବାର ଗୁହାଲଡିହି ରେଳ ସାଇଡିଂ କଲ୍ୟାଣ ପରିଷଦ ସଭାପତି ନବଘନ ମାଝୀ ଓ ସମ୍ପାଦକ ଟୁବୁଲୁ ମାଝୀଙ୍କ ନେତୃତ୍ୱରେ ଶତାଧିକ ଜମିହରା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ରେଳ ସାଇଡିଂ ପାଇଁ ଜମିହରାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାନଗଲେ ଆଗାମୀ ଦିନରେ ଜମିହରାଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ମାନବାଧିକାରକର୍ମୀ ଶ୍ରୀ ନାୟକ, ରାଜ୍ୟ ସିଟୁ ଉପସଭାପତି ଇନ୍ଦ୍ରମଣି ବେହେରା ଓ କମ୍ୟୁନିଷ୍ଟ ନେତା ପୂର୍ଣ୍ଣଚନ୍ଦଅ୍ର ରାଉତ ଅତିରିକ୍ତ ଜିଲାପାଳ ଯଦୁମଣି ମହଲାଙ୍କୁ ଭେଟି ଦାବିପତ୍ର ପ୍ରଦାନ ଅବସରରେ ଏହା କହିଛନ୍ତି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories