www.samajalive.in
Sunday, December 14, 2025
26.1 C
Bhubaneswar

ଗୋପାଳପୁର ଭାରତୀୟ ପ୍ରାଣୀ ସର୍ବେକ୍ଷଣ ଦ୍ୱାରା ନୂତନ ପ୍ରଜାତିର ମାଛ ଚିହ୍ନଟ

ଗୋପାଳପୁର: ଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ବଙ୍ଗୋପସାଗରରୁ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ଦ୍ୱାରା ନୂତନ ପ୍ରଜାତିର ମାଛ ମୁରେନିଥିସ ହିବିନୋଇ ଚିହ୍ନଟ ହୋଇଛି। ଏହି ମାଛ ଅନ୍ୟ କୁଚିଆ ପ୍ରଜାତିର ମାଛ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା। ଭାରତୀୟ ପ୍ରାଣୀ ସର୍ଭେକ୍ଷଣର ବୈଜ୍ଞାନିକ ଡ. ଅନିଲ ମହାପାତ୍ର କହିଛନ୍ତି ଯେ ଏହି ମାଛର ନାମ କରଣ ଏହି ପ୍ରଜାତିରେ ଅଧିକ କାମ କରିଥିବା ଜାପାନର ବୈଜ୍ଞାନିକ ଡ଼ ୟୁସୁକେ ହିବିନୋଙ୍କ ନାମରେ ନାମକରଣ କରାଯାଇଛି। ଏହି ମାଛକୁ ପ୍ରଥମେ ବଜାକୁଳ ମିଲନ କଲେଜର ସହ ଅଧ୍ୟାପକ ଡ. ଦୀପାଞ୍ଜନ ରାୟ କୋଲକାତାରୁ ସଂଗ୍ରହ କରିଥିଲେ।

ସଂଗ୍ରହ କରାଯାଇଥିବା ମାଛ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ସେ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ଭେକ୍ଷଣକୁ ପଠାଇଥିଲେ। ଏହି ମାଛକୁ ନେଇ ବୈଜ୍ଞାନିକ ଡ. ଅନିଲ ମହାପାତ୍ର, ଶ୍ରୁଭେନ୍ଦୁ ଶେଖର ମିଶ୍ର, ଡ. ଦୀପାଞ୍ଜନ ରୟ ଏବଂ ଗବେଷକ ସ୍ୱରୂପ ରଞ୍ଜନ ମହାନ୍ତି, ରାଜେଶ କୁମାର ବେହେରା ଏବଂ ସ୍ମୁତିରେଖା ଆଚାର୍ଯ୍ୟ ପ୍ରମୁଖ ମିଳିତ ଭାବେ ଗବେଷଣା କରିଥିଲେ। ଶେଷରେ ଏହା ଏକ ନୂତନ ପ୍ରଜାତିର ମାଛ ବୋଲି ଚିହ୍ନଟ ହୋଇଥିଲା। ଏହି ମାଛର ମେରୁଦଣ୍ଡ ସଂଖ୍ୟା ୧୪୦-୧୪୧। ଶରୀରର ଉପର ପାର୍ଶ୍ୱ ହଳଦିଆ -ବାଦାମୀ ରଙ୍ଗ ଏବଂ, ତଳ ପଟ ଧଳା ଏବଂ ଉଭୟ ରଙ୍ଗ ପାର୍ଶ୍ୱରେ ଦେଖାଯାଏ। ଶରୀରର ଉପର ପାର୍ଶ୍ୱରେ କଳା ରଙ୍ଗର ବିନ୍ଦୁ ଭଳି ବହୁତ ଦାଗ ଦେଖିବାକୁ ମିଳେ ଏବଂ ଏହାର ଦାନ୍ତ ସମ୍ପୂର୍ଣ ଅଲଗା ପ୍ରକାର। ଏହି ପ୍ରଜାତିର ମାଛର ଲମ୍ବା ପ୍ରାୟ ଦେଢ଼ ଫୁଟ ଏବଂ ସରୁ।

- Advertisement -

ଏହି ନୂତନ ମାଛର ପ୍ରକାର ଭେଦକୁ ନେଇ ଥିବା ଦ୍ଵନ୍ଦକୁ ଦୂର କରିବା ପାଇଁ ଏହାର ଡ଼ିଏନଏ ପରୀକ୍ଷା ମଧ୍ୟ କରା ଯାଇଥିଲା ଏବଂ ଏହି ପ୍ରଜାତିର ମାଛ ଭାରତରୁ ମିଳୁଥିବା ଅନ୍ୟ ଏକ ମାଛ ମୁରେନଥିସ ଜିମନୋଟେରଷକୁ ଚିଲିକା ହ୍ରଦ ଏବଂ ବାହୁଦା ନଦୀ ମୁଁହାଣରୁ ସଂଗ୍ରହ କରି ତୁଳନା ମଧ୍ୟ କରିଥିଲେ। ପରିଶେଷରେ ଏହି ମାଛକୁ ନୂତନ ମାଛ ରୂପେ ବିବେଚିତ କରାଯିବା ପରେ ଏହା ଅନ୍ତର୍ଜାତିକ ପତ୍ରିକା ବୁଲେଟିନ ଅଫ ମେରାଇନ ସାଇନ୍ସରେ ଏହାର ସବିଶେଷ ବିବରଣୀ ପ୍ରକାଶ କରାଯାଇଛି। ଏହି ପ୍ରଜାତିର ଆବିଷ୍କାର ପରେ ବର୍ତ୍ତମାନ ଭାରତରେ ସମୁଦାୟ ଦୁଇଟି ପ୍ରଜାତିର ମୁରେନଥିସ କୋଚିଆ ମାଛ ଅଛନ୍ତି ବୋଲି ବୈଜ୍ଞାନିକ ମାନଙ୍କ ଦ୍ୱାରା ଚିହ୍ନଟ କରାଯାଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories