www.samajalive.in
Monday, December 15, 2025
16.1 C
Bhubaneswar

ମୃତ ଅଧ୍ୟାପକଙ୍କ ପରିବାରକୁ ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ସହାୟତା ପ୍ରଦାନ

ବ୍ରଜରାଜନଗର: ବ୍ରଜରାଜନଗର କଲେଜର ଯୁବ ଅଧ୍ୟାପକ ଅବିନାଶ ନାଏକଙ୍କ ଗତ ଶନିବାର ମୃତ୍ୟୁ ଘଟିଥିଲା। ଆଜି ଶୋକସନ୍ତପ୍ତ ପରିବାରକୁ ରାଜ୍ୟ ଏସ୍‌ଏସ୍‌ବି ଅଧ୍ୟାପକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ କେନ୍ଦ୍ରୀୟ ଜୋନର ସଭାପତି ଅଧ୍ୟାପକ ପତିତ ପାବନ ଦାସ ଏବଂ ଝାରସୁଗୁଡା ଜିଲା ଏସ୍‌ଏସ୍‌ବି ଅଧ୍ୟାପକ ସଂଘର ପଦାଧିକାରୀ ଉପସ୍ଥିତ ରହି ମୃତ ଅଧ୍ୟାପକଙ୍କ ମା’ଙ୍କୁ ଆର୍ଥିକ ସହାୟତା ସ୍ୱରୁପ ୫୦ ହଜାର ଟଙ୍କା ପ୍ରଦାନ କରିବା ସହ ସମବେଦନା ଜଣାଇଥିଲେ।

ଗତ ଶନିବାର ଭୋର ସମୟରେ ଏକ ଘରୋଇ ହସ୍ପିଟାଲରେ ଅବିନାଶଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ବୟସ ହୋଇଥିଲା। ସେ ବାଣିଜ୍ୟ ବିଭାଗ ଅଧ୍ୟାପକ ଭାବେ ଏସ୍‌ଏସ୍‌ବିରେ ଉତ୍ତୀର୍ଣ୍ଣ ହୋଇ ୨୦୨୨ ମେ ମସିହାରେ ବ୍ରଜରାଜନଗର କଲେଜରେ ଯୋଗ ଦେଇଥିଲେ। ସଂଘ ପକ୍ଷରୁ ଅଧ୍ୟାପକ ଅଜୟ ଦୀପ (ଇଂରାଜୀ), ଅଧ୍ୟାପକ ସ୍ମୃତି ତିର୍କି (ଇତିହାସ), ପୁଷ୍ପାଞ୍ଜଳି ସାହୁ (ଓଡ଼ିଆ), ସୌମ୍ୟ ରଂଜନ ସାହୁ (ଗଣିତ) ଏବଂ ମୃତ୍ୟୁଞ୍ଜୟ ମେହେର (ଗଣିତ) ପ୍ରମୁଖ ଉପସ୍ଥିତ ଥିଲେ। ସଂଘର ସଭାପତି ସରୋଜ କାନ୍ତ ନାୟକ, ଉପସଭାପତି ରଞ୍ଜନ କୁମାର ନାୟକ, ସମ୍ପାଦକ ଲମ୍ବୋଦର ରାଉତ, ଗଣମାଧ୍ୟମ ସଂଯୋଜକ ରଜତ କାନ୍ତ ଦାଶ, ସନ୍ଦୀପ ବଳ, ପ୍ରମୁଖ ନେତୃବୃନ୍ଦ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories