www.samajalive.in
Monday, December 15, 2025
17.1 C
Bhubaneswar

୮ବର୍ଷ ହେଲା ସମରକଟା ଗାଁ ଲୋକେ ଆବାସ ଯୋଜନାରୁ ବଞ୍ଚିତ

ହରଭଙ୍ଗା: ଆର୍ଥିକ ବର୍ଷରେ ପ୍ରତ୍ୟେକ ଗରିବ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କଲେ। ଏହି ଯୋଜନା କାର୍ଯ୍ୟକାରୀ ପରେ ଅନେକ ଗରିବ ହିତାଧିକାରୀ ପକ୍କାଘର ଯୋଜନାରେ ସାମିଲ ହୋଇପାରିଛନ୍ତି। ମାତ୍ର ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ସମରକଟା ଭଳି ଗ୍ରାମର ପାଖାପାଖି ୫୦ଜଣ ହିତାଧିକାରୀ ଆଦୌ ଆବାସ ଯୋଜନା ପାଇନଥିବା ଘଟଣା ଯୋଜନାର ସଫଳତା ଉପରେ ବଡ଼ ପ୍ରଶ୍ନଚିହ୍ନ ଛିଡ଼ା କରିଛି।

ପ୍ରକାଶ ଯେ, ଧଳପୁର ପଂଚାୟତର ୧ନମ୍ବର ୱାର୍ଡ ଅନ୍ତର୍ଗତ ସମରକଟା ଗ୍ରାମରେ ୫୦ ପରିବାରରେ ପାଖାପାଖି ୨ଶହରୁ ଅଧିକ ଲୋକ ବସବାସ କରନ୍ତି।୨୦୧୧ ସାମାଜିକ, ଅର୍ଥନୈତିକ ସର୍ଭେରୁ ତାଲିକାରେ ଗାଁ ଲୋକେ ବାଦପଡ଼ିଥିଲେ। ଫଳରେ ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ଗ୍ରାମର ୫୦ଜଣ ହିତାଧିକାରୀ ବଞ୍ଚିତ ହୋଇ ରହିଛନ୍ତି। ଏ ନେଇ ଗାଁ ଲୋକେ ପଂଚାୟତଠାରୁ ବ୍ଲକ, ବ୍ଲକଠାରୁ ଜିଲ୍ଲାପ୍ରଶାସନ ସମସ୍ତଙ୍କ ପାଖରେ ହାରିଗୁହାରୀପରେ ଗ୍ରାମର ୪୪ଜଣ ହିତାଧିକାରୀଙ୍କ ଏକ ତାଲିକା ଜିଲ୍ଲାପରିଷଦ ବୌଦ୍ଧକୁ ପଠାଯାଇଥିଲା। ହିତାଧିକାରୀ ନାମ ପଞ୍ଜିକରଣ ମଧ୍ୟ ସରିଛି। ମାତ୍ର ଜାନୁଆରୀ ମାସରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ଏକ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ଏହି ତାଲିକାରେ ଗ୍ରାମର କୌଣସି ଜଣେ ହିତାଧିକାରୀଙ୍କ ନାଁ ନଥିବା ଅସନ୍ତୋଷର କରାଣ ହୋଇଛି। ଫଳରେ ଗ୍ରାମର କୌଣସି ଜଣେ ହିତାଧିକାରୀ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମିଣ ଆବାସ ଯୋଜନାରେ ସାମିଲ ହୋଇପାରି ନଥିବା ଜଣାପଡ଼ିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ଗ୍ରାମିଣ ଆବାସ ଯୋଜନା କାର୍ଯ୍ୟକାରୀ ପରେ ବି ସମରକଟା ଗ୍ରାମର ଲୋକେ ୮ବର୍ଷ ହେଲା ଏହି ଯୋଜନାରୁ ବଞ୍ଚିତ ରହିଥିବା ଜଣାପଡ଼ିଛି। ଏହାକୁ ନେଇ ହିତାଧିକାରୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ସମରକଟା ଗ୍ରାମର ସମସ୍ତ ହିତାଧିକାରୀଙ୍କୁ ଆଗ୍ରାଧିକାର ମଧ୍ୟରେ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ପାଇଁ ହିତାଧିକାରୀ ପ୍ରମିଳ କୁମାର ଦନ୍ତା, ରମେଶ ଦନ୍ତା, ଶ୍ରୀବନ୍ତ ନାଏକ, ଅଶ୍ବିନୀ ନାଏକ, କ୍ଷୀରୋଦ ଦନ୍ତା, ରମେଶ ଦେହୁରୀ ପ୍ରମୁଖ ଦାବୀ କରିଛନ୍ତି। ନଚେତ୍‌‌ ବ୍ଲକ ଅଫିସ ଆଗରେ ଆମରଣ ଅନଶନ କରିବାକୁ ଧମକ ଦେଇଛନ୍ତି। ଏ ସମ୍ପର୍କରେ ଗ୍ରାମିଣ ଆବାସ ଦାୟିତ୍ୱରେଥିବା ବ୍ଲକ ପ୍ରୋଗାମ ଅଫିସର ପ୍ରଭାତ କୁମାର ଗୋଛାୟତଙ୍କୁ ପଚାରିବାରୁ ସେ କହିଲେ ଗ୍ରାମର ୪୦ଜଣରୁ ଅଧିକ ହିତାଧିକାରୀଙ୍କ ତାଲିକାରେ ନାଁ ରହିଛି। ଜାନୁଆରୀ ମାସରେ ପ୍ରକାଶ ପାଇଥିବା ତାଲିକା ଅନୁସାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଦ୍ୱିତୀୟ ଦଫାରେ ବାକିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ କାର୍ଯ୍ୟାଦେଶ ମିଳିଯିବ ବୋଲି କହିଥିଲେ। ଏ ଦିଗରେ ବୌଦ୍ଧ ଜିଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories