www.samajalive.in
Sunday, December 14, 2025
26.1 C
Bhubaneswar

ପରୀକ୍ଷା ହଲ୍‌ରେ ଫ୍ୟାନ୍ ଖସିପଡି କଟିଗଲା ଛାତ୍ରଙ୍କ କାନ

ନୂଆଦିଲ୍ଲୀ – ପରୀକ୍ଷା ଚାଲିଥିବା ବେଳେ ଗୋଟିଏ ସିଲିଂ ଫ୍ୟାନ ଖସିପଡିବାରୁ ଜଣେ ପରୀକ୍ଷାର୍ଥୀଙ୍କ କାନ କଟିଯାଇଛି । ହଂସରାଜ ମହାବିଦ୍ୟାଳୟରେ ପରୀକ୍ଷା ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା । ଫ୍ୟାନ ଟି ସେହି ସମୟରେ ବୁଲୁଥିଲା । ଶ୍ରେଣୀ ଗୃହର ଶେଷ ଆଡକୁ ଥିବା ଏହି ଫ୍ୟାନଟି ହଠାତ୍‌ ଖସି ପଡିଥିଲା । ଏଥିରେ ଛାତ୍ର ଜଣଙ୍କ କାନ କଟିଯାଇଛି ।

ମାତ୍ର ତାଙ୍କର ଜୀବନ ବଞ୍ଚିଯାଇଛି । ଫ୍ୟାନ ଖସିବା ପୂର୍ବରୁ ବିକଟାଳ ଶଦ୍ଦ ହୋଇଥିଲା । ଏଥିରେ ଶ୍ରେଣୀ ଗୃହରେ ଥିବା ଛାତ୍ରଛାତ୍ରୀ ଭୟଭୀତ ହୋଇଯାଇଥିଲେ । ଆହତ ଛାତ୍ର ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି ।

- Advertisement -

ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ସେ କିଛି କହିବା ପାଇଁ ମନା କରିଛନ୍ତି । ଏବିଭିପି ପକ୍ଷରୁ ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories