www.samajalive.in
Monday, December 15, 2025
16.1 C
Bhubaneswar

ଗୋପାଳପୁରରେ ୩୬ ମିମି ବର୍ଷା ରେକର୍ଡ

ଗୋପାଳପୁର: ମୌସୁମୀ ପ୍ରଭାବରେ ଆଜି ସକାଳୁ ଗୋପାଳପୁର ସମେତ ରାଜ୍ୟ ସାରା ପାଗ ମେଘୁଆ ରହିଥିଲା। ମଧ୍ୟାହ୍ନ ବେଳକୁ କଳା ହାଣ୍ଡିଆ ମେଘ ମାଡି ଆସିବା ସହ ବର୍ଷା ଆରମ୍ଭ ହୋଇଯାଇଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ପ୍ରକାରେ ଗୋପାଳପୁରରେ ସର୍ବାଧିକ ୩୬ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ଦୀର୍ଘ ଦିନ ପରେ ଏହି ପରି ବର୍ଷା ହୋଇଥିବାରୁ ଅତ୍ୟାଧିକ ଗରମ ଓ ଗୁଳୁଗୁଳିରୁ ଲୋକେ ଆଶ୍ବସ୍ତି ପାଇଥିଲେ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସହ ଦିନତମାମ ଗରମ ଓ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ପ୍ରାୟ ୨୦ ଦିନ ହେଲା ଅତ୍ୟଧିକ ଗରମ ରହିବା ସହ ସକାଳ ୮ଟା ହେଲେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ଯାଇଥିଲା। ଏହି ସମୟରେ ଲୋକେ ଜରୁରି କାମ ନଥିଲେ ବାହାରକୁ ଯିବାକୁ ଅମଙ୍ଗ ହେଉଥିଲେ। ଏହି ସମୟରେ ଦିନରେ ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ଆଜି ସଂଧ୍ୟାରେ ଆଖପାଖର ଲୋକେ ସାମାନ୍ୟ ଆଶ୍ବସ୍ତି ପାଇଁ ନିଜ ପରିବାର ସହ ଗୋପାଳପୁର ବେଳାଭୂମି ମୁହାଁ ହେଉଥିଲେ। ଆଜି ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହେବା ସହ ଝପିଝିପି ବର୍ଷା ଲାଗି ରହିଥିବାରୁ ସନ୍ଧ୍ୟାରେ ଆଜି ବେଳାଭୂମି ଖାଁ ଖାଁ ରହିଥିବା ଦେଖିବାକୁ ମିଳିଥିଲା। ସମସ୍ତ ଦୋକାନ ମାନଙ୍କରେ ଗହିଳି ନଥିବା ମଧ୍ୟ ଦେଖିବାକୁ ମିଳିଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories