କଣ୍ଟାବାଞ୍ଜି: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ ତ୍ରିପାଠୀ ଆଜି କଣ୍ଟାବାଞ୍ଜି. ନିର୍ବାଚନ ମଣ୍ଡଳୀର ମୁରିବାହାଲ ବ୍ଲକ, ବଙ୍ଗୋମୁଣ୍ଡା ବ୍ଲକ ଏବଂ କଣ୍ଟାବାଞ୍ଜି ନିୟନ୍ତ୍ରତବଜାର କମିଟି ଗସ୍ତ କରି ବିଭିନ୍ନ ପ୍ରକଳ୍ପର ତଦାରଖ କରି ଅପରାହ୍ନରେ ଭବାନୀପାଟଣା ଗସ୍ତ କରିଛନ୍ତି। ଆଜି ସଖାଳେ ମୁରିବାହାଲ ବ୍ଲକର ଖଲାରୀ ରଏଁନ ଛୁଆଁ ମୁଣ୍ଡା ବ୍ରାହ୍ମଣି ପାହାଡରେ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା କଲ୍ୟାଣମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ।
ଅପରାହ୍ନରେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର ପ୍ରାଙ୍ଗଣ ପରିଦର୍ଶନ କରି ପିଆଜ ଷ୍ଟୋରେଜ ଗୋଦାମ ନିରୀକ୍ଷଣ କରିବା ସହ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଏମସି ସମ୍ପାଦକଙ୍କ ସହ ସମୀକ୍ଷା କରି ପିଆଜ ଚାଷୀଙ୍କ ପାଇଁ ଅଧିକ ଷ୍ଟୋରେଜ ଗୃହ, ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।



