www.samajalive.in
Monday, December 15, 2025
15.1 C
Bhubaneswar

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ

ବୌଦ୍ଧ: ଦେବସ୍ନାନ ନିତି ପୂର୍ବରୁ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଠାକୁରମାନଙ୍କ ଦେବସ୍ନାନ ନିତି ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ପ୍ରସ୍ତୁତିକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥରୀକୃତ ଲଗ୍ନ ଅନୁଯାୟୀ ସକାଳ ୬.୩୦ ମିନିଟି ସମୟରେ ବ୍ରାହ୍ମଣ ସେବକମାନେ ମନ୍ଦିରରେ ପହଞ୍ଚି ଠାକୁରମାନଙ୍କ ସ୍ନାନ ପାଇଁ ମହାନଦୀରୁ ୧୦୮ ଗରା ଜଳ ସଂଗ୍ରହ କରି ଆଣିବେ। ପୂର୍ବରୁ ବେଶକାରୀ ସେବକମାନଙ୍କ ଦ୍ୱାରା ଠାକୁରମାନଙ୍କୁ ସ୍ନାନ ଯାତ୍ରା ପାଇଁ ପ୍ରସ୍ତୁତ କରାଯିବ। ସକାଳ ଧୂପ ଓ ନିତିଆଣି ଭୋଗଲାଗି ହେବାପରେ ସକାଳ ୯ ଘଣ୍ଟା ସମୟରେ ଠାକୁରମାନଙ୍କୁ ସ୍ନାନବେଦୀକୁ ପହଣ୍ଡି ବିଜେ କରାଯିବ। ଠିକ୍‌‌ ସମୟରେ ସଂର୍କିର୍ତ୍ତନ ଦଳ ପହଞ୍ଚିଲେ ପହଣ୍ଡି ଯାତ୍ରା ଆରମ୍ଭ କରାଯିବ, ତେଣୁ ସେଥିପାଇଁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସ୍ନାନବେଦୀରେ ପୂଜାର୍ଚ୍ଚନା ପରେ ଦିନ ୧୧ ଘଣ୍ଟା ସମୟରେ ଠାକୁରମାନଙ୍କ ସ୍ନାନ ନିତି ସଂପର୍ଣ୍ଣ କରାଯିବ। ପରେ ସେବକମାନଙ୍କ ଦ୍ୱାରା ଗକ୍ସବେଶରେ ତିନିଠାକୁରଙ୍କୁ ସଜ୍ଜିତ କରାଯିବ। ଦିନ ତମାମ ରାତ୍ରି ୯ ଘଣ୍ଟା ପର୍ଯ୍ୟନ୍ତ ସ୍ନାନ ବେଦୀରେ ଠାକୁରମାନେ ସର୍ବସାଧାରଣଙ୍କୁ ଗଜ ବେଶରେ ଦର୍ଶନ ଦେବେ। ପରେ ଠାକୁରମାନଙ୍କୁ ଅଣସର ଘରକୁ ନିଆଯିବ। ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନଙ୍କ ଅଣସର ନିତି ଓ ମହାରଣାମାନଙ୍କ ଦ୍ୱାରା ରଙ୍ଗ କରାଯିବ। ଏହି ସମୟ ମଧ୍ୟରେ କେବଳ ପୂଜକ ଓ ମହରଣାଙ୍କ ବ୍ୟତୀତ ଅନ୍ୟକାହାକୁ ମନ୍ଦିର ମଧ୍ୟକୁ ପ୍ରବେଶ ସଂପୁର୍ଣ୍ଣ ନିଷିଧ କରାଯାଇଛି। ସ୍ନାନ ନିତିଠାରୁ ବାହୁଡା ଯାତ୍ରା ଓ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଠାକୁରମାନଙ୍କ ନିତିକାନ୍ତି ଠିକ୍‌‌ ସମୟରେ ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ପହଣ୍ଡି ଯାତ୍ରା ଓ ରଥଯାତ୍ରା ସମୟରେ ଠାକୁରମାନଙ୍କ ସମସ୍ତ ନିତିକୁ ବ୍ରାହ୍ମଣ ସମାଜର ସଦସ୍ୟମାନଙ୍କ ଦ୍ୱାରା ଶୃଙ୍ଖଳିତ ଭାବରେ ପାଳନ କରାଯିବାକୁ ନିବେଦନ କରାଯାଇଥିଲା। ଗୁଣ୍ଡିଚା ମନ୍ଦିରରେ ପ୍ରତ୍ୟେକ ଦିନ ଠାକୁରମାନଙ୍କ ସେବା ପୂଜା, ଅନ୍ନଭୋଗ, ଭୋଗ ବିକ୍ରୟ ଆଦି କାର୍ଯ୍ୟ ଶୃଙ୍ଖଳିତ ଭାବରେ କରାଯିବ। ରଥ ଉପରେ ଠାକୁରମାନଙ୍କ ରହଣି ସମୟରେ ଶୃଙ୍ଖଳା ରକ୍ଷା ପାଇଁ ଅଧିକ ସଂଖ୍ୟାରେ ଭକ୍ତ ଯେପରି ରଥ ଉପରେ ରହିବେ ନାହିଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସେହିପରି ଅଧିକ ସଂଖ୍ୟାରେ ସଂକିର୍ତ୍ତନ ମଣ୍ଡଳୀ,ନୃତ୍ୟଦଳ ଠାକୁରଙ୍କ ଯାତ୍ରାରେ ସାମିଲ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବୈଠକରେ ଜିଲା ଦେବତ୍ତୋର ଅଧିକାରୀ ତଥା ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର,ମନ୍ଦିର ପରିଚାଳନା କମିଟିର ସଂପାଦକ ଶଙ୍କର ପ୍ରସାଦ ପୁରୋହିତ,ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ,ଶଶାଙ୍କ ଶେଖର ମିଶ୍ର,ବିଶ୍ୱଜିତ ମିଶ୍ର,ଆଶୁତୋଷ ମହାପାତ୍ର,ବିଜୟ କୁମାର ମିଶ୍ର,ସୂର୍ଯ୍ୟନାରାୟଣ ପଣ୍ଡା,ସତ୍ୟନାରାୟଣ ପାଣି,ଶମ୍ଭୁ ପ୍ରସାଦ ମିଶ୍ର,ସଂପଦ କୁମାର ଅଗ୍ରୱାଲା,ଆଶୁତୋଷ ଦାଶ,ପୂଜକ ବିଭୁ ପ୍ରସାଦ ପଣ୍ଡା ଓ ଦେବୋତ୍ତର ବିଭାଗ କର୍ମଚାରୀ ଗୌରୀ ପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିବାବେଳେ ରଘୁନାଥ ଷଡଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories