www.samajalive.in
Sunday, December 7, 2025
26.1 C
Bhubaneswar

ଜାତିସଂଘ ଶାନ୍ତି ରାଷ୍ଟ୍ରଦୂତଙ୍କ ବାସଭବନରୁ ତ୍ରିରଙ୍ଗା ଓହ୍ଲାଇ ଅଡ଼ୁଆରେ ତହସିଲଦାର

ନୀଳଗିରି: ମିଳିତ ଜାତିସଂଘର ଶାନ୍ତି ରାଷ୍ଟ୍ରଦୂତଙ୍କ ବାସଭବନରୁ ତ୍ରିରଙ୍ଗା ଖୋଲି ନୀଳଗିରି ତହସିଲଦାର ଅଡ଼ୁଆରେ ପଡ଼ିଛନ୍ତି। ଚୀନ, କୋରିଆ, ଆଫ୍ରିକା, ରୁଆଣ୍ଡା ପ୍ରଭୃତି ଏକାଧିକ ଦେଶରେ ଶାନ୍ତିର ବାର୍ତ୍ତା ଦେଉଥିବା ମିଳିତ ଜାତିସଂଘର ଶାନ୍ତି ରାଷ୍ଟ୍ରଦୂତଙ୍କ ଛାତରେ ଲାଗିଥିବା ତ୍ରିରଙ୍ଗାକୁ ତହସିଲଦାର ପୁଲିସ ଦ୍ୱାରା ଜୋର ଜବରଦସ୍ତ ଓହ୍ଲାଇଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେବେ ଜିଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପୁର୍ନବାର ଜାତୀୟ ପତାକାକୁ ପୂର୍ବ ସ୍ଥାନରେ ଲଗାଇ ସମ୍ମାନ ଦିଆଯାଇଥିଲେ ମଧ୍ୟ ଜାତୀୟ ପତାକାକୁ ଅବମାନନା କରିବା ଏବଂ ସୁପ୍ରିମକୋର୍ଟଙ୍କ ନୀତି ନିୟମ ବିଷୟରେ ଅଜ୍ଞ ରହି ଜଣେ ପ୍ରଶାସନିକ ଅଧିକାରୀଙ୍କ ଏପରି କାର୍ଯ୍ୟ ଜିଲା ପ୍ରଶାସନକୁ ମଧ୍ୟ ଅଡ଼ୁଆରେ ପକାଇଛି।
ସୂଚନା ଅନୁଯାୟୀ, ନୀଳଗିରି-ଉଦଳା ପୂର୍ତ୍ତ ରାସ୍ତାର ପୋଡ଼ାଶାଳ ନିକଟରେ ଓଡ଼ିଶା ପର୍ଯ୍ୟଟନ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ମିଳିତ ଜାତିସଂଘର ଶାନ୍ତି ରାଷ୍ଟ୍ରଦୂତ ଜ୍ୟୋତିଷ୍କର ମହାପାତ୍ରଙ୍କ ଘର ରହିଛି। ମହାପାତ୍ର ସୁପ୍ରିମକୋର୍ଟଙ୍କ ନୀତି ନିୟମ ଅନୁସାରେ ଜାତୀୟ ପତାକାକୁ ସମ୍ମାନ ଦେଇ ନିଜ ଛାତରେ ଲଗାଇଥିଲେ। କିନ୍ତୁ ତହସିଲଦାର ସୁଶ୍ରୀତା ଟୁଡ଼ୁ ଫ୍ଲାଗକୋର୍ଡ଼ ନିୟମ ବିଷୟରେ ଅନଭିଜ୍ଞ ଥାଇ ଆଇଆଇସି ନଳିତା ମୋଦୀଙ୍କୁ ଏହି ତ୍ରିରଙ୍ଗାକୁ ଓହ୍ଲାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ନିର୍ଦେଶକ୍ରମେ ଆଇଆଇସି ଥାନାରେ ଏକ ଷ୍ଟେଶନ ଡ଼ାଏରୀ କାଟି ପୁଲିସ ଫୋର୍ସ ପଠାଇ ଜାତୀୟ ପତାକାକୁ ଖୋଲି ଦେଇଥିଲେ। ଜଣେ ଶାନ୍ତି ରାଷ୍ଟ୍ରଦୂତଙ୍କ ଘରେ ଆକ୍ରୋଶମୂଳକ ଭାବେ ତ୍ରିରଙ୍ଗା ପତାକାକୁ ଅବମାନନା କରାଯାଇଥିବାରୁ ମହାପାତ୍ର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନର ଏହି କାର୍ଯ୍ୟ ଦ୍ୱାରା ତାଙ୍କ ମାନସମ୍ମାନ କ୍ଷୁଣ୍ଣ ହୋଇଥିବାରୁ ମହାପାତ୍ର ନିଜ ଓକିଲଙ୍କ ଜରିଆରେ ସୁପ୍ରିମକୋର୍ଟରେ ତହସିଲଦାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ ପାଇଁ ପ୍ରସ୍ତୁତି ଚଳାଇଥିବା କହିଛନ୍ତି।
ଅନ୍ୟ ପଟେ ଜ୍ୟୋତିଷ୍କର ମହାପାତ୍ର ଏ ସମ୍ପର୍କରେ ବାଲେଶ୍ୱର ଜିଲାପାଳଙ୍କୁ ଅବଗତ କରିବା ପରେ ନୀଳଗିରି ଉପଜିଲାପାଳଙ୍କ ପ୍ରକୋଷ୍ଠରେ ଏନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ତହସିଲଦାରଙ୍କ ଭୁଲ ଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଶନିବାର ପୁନର୍ବାର ଜାତୀୟ ପତାକାକୁ ସମ୍ମାନ ଦେଇ ମହାପାତ୍ରଙ୍କ ଛାତରେ ଲଗାଯାଇଥିଲା।
ସୁପ୍ରିମକୋର୍ଟଙ୍କ ନିୟମାନୁସାରେ ଜାତୀୟ ପତାକା ଉଡ଼ୁଥିବା ସମୟରେ ମାଟି କିମ୍ବା ଗଛକୁ ଛୁଇଁବ ନାହିଁ। ମହାପାତ୍ର ଏହି ନିୟମର ଉଲ୍ଲଂଘନ କରି ନ ଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ପଚାରିବାରୁ ସେ କୌଣସି ଭୁଲ କରି ନ ଥିବା କହିଛନ୍ତି। ସେ ଯାହା କରିଛନ୍ତି ତାହା ଠିକ୍‍ ବୋଲି ଟୁଡୁ କହିଛନ୍ତି। ଅନ୍ୟପଟେ ନିଳଗିରି ଉପଜିଲାପାଳ ହରିଶଚନ୍ଦ୍ର ଜେନାଙ୍କୁ ପଚାରିବାରୁ ସେ କହିଲେ, ଜଣେ ଶାନ୍ତିଦୂତଙ୍କ ବାସଭବନରୁ ତହସିଲଦାର ବେଆଇନ ଭାବେ ଜାତୀୟ ପତାକା ଖୋଲିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories