ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପଲିଶ୍ରୀ ଯୁବକ ସଙ୍ଘର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ସଙ୍ଘର ସଭାପତି ଅନାମ ନାୟକ ଓ ସମ୍ପାଦକ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ, ସମିତି ସଭ୍ୟା ମୌସୁମୀ ପ୍ରଧାନ, ଅବସର ପ୍ରାପ୍ତ ବାଣିଜ୍ୟ କର କମିଶନର ତଥା କଂଗ୍ରେସ ନେତା ଅମୀର ଚାନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
ଚଳିତ ବାର୍ଷିକ ଉତ୍ସବରେ ସଙ୍ଘ ତରଫରୁ ସାମାଜିକ ନାଟକ ବାବୁ ମୁଠେ ଭିକ ଦିଅ ମଞ୍ଚସ୍ଥ ହୋଇଥିଲା।



