www.samajalive.in
Sunday, December 14, 2025
26.1 C
Bhubaneswar

ଜମି ବିବାଦରେ ମହାଲ୍ଲିକପଡା ପ୍ରକଳ୍ପ, ୨୦୦ ପରିବାର ପାଣି ପାଇଁ ଡହଳ ବିକଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ପାନୀୟ ଜଳ ବ୍ୟବସ୍ଥା ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମାଳ ମାଳ ପ୍ରକଳ୍ପ ଥିଲେ ମଧ୍ୟ ଲୋକଙ୍କୁ ଖରା ଦିନେ ପାଣି ମୁନ୍ଦାଏ ମିଳୁ ନଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପ୍ରକଳ୍ପ ମରାମତି ନାଁରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇ ଅର୍ଥ ଆତ୍ମସାତ କରାଯିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ନଜରକୁ ଆସିଛି। ଆଉ କେଉଁଠି ପଂଚାୟତ କର୍ତ୍ତୁପକ୍ଷ ପମ୍ପଚାଳକଙ୍କୁ ଦରମା ଦେଉନଥିବାରୁ ଜଳ ଯୋଗାଣ ହୋଇପାରୁ ନାହିଁ ତ କେଉଁଠି ଜମି ବିବାଦ ଯୋଗୁଁ ପ୍ରକଳ୍ପ ସମ୍ପୁର୍ଣ୍ଣ ବନ୍ଦ ହୋଇ ପଡ଼ିଛି। ସେହିପରି କେତେକ ସ୍ଥାନରେ ବେକେୟା ବିଦ୍ୟୁତ ବିଲ ଦେଉନଥିବାରୁ ଜଳ ଯୋଗାଣ ହେଉନଥିବା ଦେଖିବାକୁ ମିଳୁଛି।

ଏଭଳି ଦୋଛକି ଅବସ୍ଥାରେ ପଡ଼ିରହିଥିବା ଆଉ ଏକ ଚିତ୍ର ବ୍ଲକର ମହାଲ୍ଲିକପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ପ୍ରକଳ୍ପ ଥାଇ ମଧ୍ୟ ଲୋକେ ବର୍ଷ ତମାମ ପିଇବା ପାଣି ଟୋପାଏ ପାଇ ପାରୁ ନାହାନ୍ତି। ପ୍ରକାଶ ଯେ ମହାଲ୍ଲିକପଡ଼ା ଗ୍ରାମର ୪ ଏବଂ ୫ ନମ୍ବର ଭଳି ଦୁଇଟି ଓାର୍ଡରେ ରାଜନପଡ଼ା, ଚନ୍ଦିଆ ସାହି, କୁମ୍ଭାର ସାହି, ହରିଜନ ସାହିରେ ପାଖା ପାଖି ୨ଶହରୁ ଅଧିକ ପରିବାରରେ ୧୨ଶହ ଲୋକ ବସବାସ କରନ୍ତି। ପାନୀୟ ଜଳ ସୁବିଧା ନିମନ୍ତେ ଗ୍ରାମରେ ଗତ ୨୦୧୧-୧୨ ମସିହାରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥି ସହିତ ବୋଫ୍ୱେଓଲ ସାଙ୍ଗକୁ ଓଭର ହେଡ ଟାଙ୍କି ନିର୍ମାଣ କରାଯାଇ ପାଇପ ସଂଯୋଗ କରାଯାଇ ପତ୍ୟେକ ସାହିକୁ ଷ୍ଟାଣ୍ଡ ପୋଷ୍ଟ ଜରିଆରେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଥିଲା। ଏଥିରୁ ମାତ୍ର କିଛି ଦିନ ଗାଁ ଲୋକଙ୍କୁ ଜଳ ଯୋଗାଣ କରାଯିବା ପରେ ଜଳଯୋଗାଣ ସମ୍ପୁର୍ଣ୍ଣ ଠପ ହୋଇଯାଇଥିଲା। ଫଳରେ ଗାଁ ଲୋକେ ପୁର୍ବପରି ନଳକୂପ ଏବଂ କୁଅ ପାଣି ଭରସାରେ ବର୍ଷ ତମାମ ପିଇବା ପାଣି ଉପରେ ନିର୍ଭର କରିବାକକୁ ବାଧ୍ୟ ହେଉଛନ୍ତି। ଗାଁ ଲୋକଙ୍କ କହିବାନୁଯାୟୀ ବୋରେଓଲ କୁଅ ଏବଂ ପମ୍ପ ହାଉସ ଘର ଏକ ବେସରକାରୀ ଜମିରେ ନିର୍ମାଣ କରାଯାଇଛି। ଯାହା ଫଳରେ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ଜମିରେ ପମ୍ପ ହାଉସ ଘର ଏବଂ ବୋରେଓଲ ଥିବାରୁ ପମ୍ପ ଚାଳକ ସତ୍ୟବାନ ରଣାଙ୍କୁ ବାରଣ କରୁଛି।ନିଜ ଜମିରେ ପମ୍ପ ହାଉସ ବୋରେଓଲ ଥିବାରୁ ନିଜେ ପମ୍ପ ଚଳାଇବା ପାଇଁ ଅଡି ବସିଛନ୍ତି। ନଚେତ କାହାରିକୁ ଚଳେଇ ନଦେବା ପାଇଁ ସେ ଜିଦ କରୁଥିବାରୁ ଏଭଳି ବିବାଦରେ ଜଳ ପ୍ରକଳ୍ପଟି ବନ୍ଦ ହୋଇପଡ଼ିଥିବା ଗ୍ରାମର ଗଜେନ୍ଦ୍ର ପ୍ରଧାନ, ଚକ୍ରଧର ପ୍ରଧାନ, ସତ୍ୟବାନ ରଣା, ସରଥୀ କ୍ଷେତୀ, ରାମ ରଣା ପ୍ରମୁଖ ଅଭିଯୋଗ କରିଛନ୍ତି। ଏଥି ପ୍ରତି ଉଚ୍ଚ କତୃପକ୍ଷ ସ୍ୱତନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ଏ ସର୍ମ୍ପକରେ ହରଭଙ୍ଗା ଜଳ ଓ ପରିମଳ ଯନ୍ତ୍ରୀଙ୍କୁ ପଚାରିବାରୁ ଜମି ବିବାଦକୁ ନେଇ ପ୍ରକଳ୍ପ ଚାଲିପାରୁନାହିଁ। ଏ ଦିଗରେ ଲୋକପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ବି ସମାଧାନ ହୋଇପାରୁନାହିଁ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories