କଣ୍ଟାବାଞ୍ଜି: ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଆଜି କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହ ବିଭିନ୍ନ ୱାର୍ଡ, ନିରାମୟ କେନ୍ଦ୍ର ପରିଦର୍ଶନ କରିବା ସହ ଡାକ୍ତରଖାନା ପରିସରରେ ରହୁଥିବା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇ ତହସିଲଦାର ଏବଂ ସୁପରିଟେଣ୍ଡେଣ୍ଟଙ୍କୁ ପରାମର୍ଶ ଦେଇଥିଲେ। ଡାକ୍ତରଖାନା ପରିସରରେ ରୋଗୀମାନଙ୍କ ଯେପରି ଅସୁବିଧା ନହୁଏ ସେଥିପ୍ରତି ଯତ୍ନବାନ ହେବା ପାଇଁ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ। ପରେ, ଏମସିଏଚ ପରିସରରେ ଏକ ସମୀକ୍ଷା ବୈଠକ କରି ଡାକ୍ତରଖାନା ଖାନା ପରିସରରେ ୫-ଟିରେ ଚାଲିଥିବା ନବୀକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଅସନ୍ତୋଷ ପ୍ରକାଶ କରି ଯଥାଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ପୂର୍ତ୍ତବିଭାଗ ଯନ୍ତ୍ରୀ ଓ ଏନଆରଏଚଏମ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଶବ ରଖିବା ପାଇ ଡାକ୍ତରଖାନା ପରିସରରୁ ଅନ୍ୟତ୍ର ଜାଗା ଚି଼ହ୍ନଟ କରି ଗୃହ ନିର୍ମାଣ କରିବା ସହ ଜଳ ଯୋଗାଣ ପାଇଁ ପରାମର୍ଶ ଦେଇଥିଲେ।
Popular Categories



