ପାଟଣା: ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଘଟଗାଁ ତହସିଲର କନିଷ୍ଠ ରାଜସ୍ୱ ସହାୟକ ଦେବାଶିଷ ପଣ୍ଡା। ୧୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ପ୍ୟାଣ୍ଟ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଘଟଗାଁ ତହସିଲ ଅନ୍ତର୍ଗତ ଟାଙ୍ଗରତଳି ଗ୍ରାମର ବନମାଳୀ ପଲେଇଙ୍କ ଠାରୁ ଜମି ଜମା ମାମଲାର ସମାଧାନ ପାଇଁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିବା ଜଣାପଡିଛି। ଭିଜିଲାନ୍ସ ନୀରିକ୍ଷକ ହେମାମାଳିନୀ ନାୟକଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା। ବାଲେଶ୍ଵର ଭିଜିଲାନ୍ସ ବିଭାଗ କେଶ ନଂ ୧୨/୩୧ ମଇ ୨୦୨୩ ମୂଳେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ବେଳେ ତାଙ୍କ ଜାମିନ ନାମଞ୍ଜୁର ହୋଇଛି। ଅପର ପକ୍ଷରେ ଭିଜିଲାନ୍ସ ବିଭାଗ ଶ୍ରୀ ପଣ୍ଡାଙ୍କ ଘଟଗାଁ ଉପରଡିହା ସ୍ଥିତ ଭଡ଼ା ଘର ଓ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଞ୍ଚଳ ପୁତୁରା ଗ୍ରାମର ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।
Popular Categories



