www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ୱାଗତ ତୋରଣରୁ ଖସୁଛି ମାର୍ବଲ, ପଥଚାରୀଙ୍କ ପ୍ରତି ବିପଦ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ତରଫରୁ ବିରୁପା ନଦୀ ପୋଲ ନିକଟ ଚୌଦ୍ୱାର ପ୍ରବେଶ ପଥରେ ସ୍ୱାଗତ ତୋରଣ ନିର୍ମାଣ କରାଯାଇଛି । ଦୀର୍ଘ ବର୍ଷ ହେବ ଏହି ସ୍ୱାଗତ ତୋରଣ ନିର୍ମିତ ହୋଇଥିବାବେଳେ ଏଥିରେ ଲାଗିଥିବା ମାର୍ବଲ ଗୁଡ଼ିକ ଏବେ ଖସିବାରେ ଲାଗିଲାଣି । କଟକକୁ ସଂଯୋଗ କରୁଥିବା ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଯାତାୟତ କରୁଥିବାରୁ ତୋରଣରୁ ମାର୍ବଲ ଖସିବା ସେମାନଙ୍କ ପ୍ରତି ବିିପଦର ଆଶଂକା ସୃଷ୍ଠି କରିଛି । ନିକଟରେ ତୋରଣରୁ ଖଣ୍ଡିଏ ମାର୍ବଲ ଖସିପଡିଥିଲା ବେଳେ ସୌଭାଗ୍ୟବସତଃ ତୋରଣ ତଳେ କେହି ନଥିବାରୁ ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଥିଲା ।ପୂର୍ବରୁ ଅନେକ ବାର ଏଭଳି ଦୁର୍ଘଟଣା ଘଟିବାର ମଧ୍ୟ ନଜିର ରହିଛି । ତୋରଣର ମରାମତି ପାଇଁ ପୌରାଧ୍ୟକ୍ଷା, ଉପାଧ୍ୟକ୍ଷ ତଥା ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିବା ବେଳେ ଏହା ଉପରେ କେହି ଦୃଷ୍ଟି ଦେଉନଥିବା ସ୍ଥାନୀୟ କାଉନସିଲର ଲିଲିବାଳା ସାହୁ କ୍ଷୋଭରସହ କହିଛନ୍ତି । ତୁରନ୍ତ ପୌର କର୍ତ୍ତୃପକ୍ଷ ତୋରଣଟିର ମରାମତି କରିବାକୁ ସେ ଦାବି କରିଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories