ଲଗାଣ ବର୍ଷା କାରଣରୁ ପୋଲ ଉପରେ ୩ ଫୁଟର ପାଣି, ଯୋଗାଯୋଗ ଠପ୍‍

ମାଲକାନଗିରି : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଦୁଇ ଦିନ ହେବ ରାଜ୍ୟର ବହୁ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ମାଲାକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ କାଙ୍କୋରକୋଣ୍ଡା ପୋଲ ଉପରେ ୩ ଫୁଟର ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ପୋଲଟି ବୁଡ଼ିବା ଅବସ୍ଥାରେ ରହି ଥିବା ବେଳେ ମାଲାକାନଗିରି- କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଭୟ ପଟୁ ଯାତାୟାତ ଠପ ହୋଇଯାଇଥିବା କାରଣରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ମିଳିଛି।

Comments are closed.