ଫୁଲବାଣୀ: ଶନିବାର ଦିନ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ଟୁଣୁର ସାହି ଦିବାକର କହଁର (୪୫) ଫୁଲବାଣୀରୁ ବାଇକରେ ନିଜ ଗ୍ରାମକୁ ଫେରୁଥିବା ବେଳେ ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟ ଶାଳାବଣରେ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ବାଡେଇ ହେବାରୁ ଘଟଣାସ୍ଥଳରେ ଗୁରୁତର ଭାବେ ଆହତ ହୋଇଥିଲେ। ସଦର ଥାନା ପୁଲିସ ଆହତ ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଚିକିତ୍ସା ଚାଲିଥିବା ବେଳେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସଦର ଥାନାରେ ମାମଲା ରୁଜ୍ଜୁ କରାଯାଇଛି।
Popular Categories



