www.samajalive.in
Sunday, December 14, 2025
17.1 C
Bhubaneswar

ତାର ବାଡ଼ରେ ଛନ୍ଦି ହୋଇ କୁଟୁରା ମୃତ

ପାଟଣା: କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଅଧିନସ୍ଥ ମାଛଗଡ଼ ବିରଳ ସାହିର ମକରଧ୍ବଜ ମହାନ୍ତଙ୍କ ବାଡିରୁ ଏକ ଅଣ୍ଡିରା କୁଟୁରାର ମୃତଦେହ ଉଦ୍ଧାର କରିଛି ବନବିଭାଗ। ତେବେ କୁଟୁରା ଖାଦ୍ୟ ଅନ୍ୱେଷଣରେ ଚାଲି ଆସିଥିବା ବେଳେ ପନିପରିବା ବଗିଚାର ତାର ବାଡ଼ରେ ଛନ୍ଦି ହୋଇ ଯାଇଥିଲା। ଫଳରେ ଦୀର୍ଘ ସମୟ ଛଟପଟ ହୋଇ ତାହାର ପ୍ରାଣବାୟୁ ଚାଲିଯାଇଛି। ପରେ ଗ୍ରାମର କିଛି ଲୋକ ଦେଖି ସାହାରପଡା ବନକ୍ଷେତ୍ରକୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି କୁଟୁରାଟିକୁ ଉଦ୍ଧାର କରିଥିଲେ ହେଁ ସେତେ ବେଳକୁ କୁଟୁରାଟି ମୃତ୍ୟୁ ବରଣ କରି ସାରିଥିଲା। ତାକୁ ଉଦ୍ଧାର କରି ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଇବା ପରେ ସାହାରପଡା ବନକ୍ଷେତ୍ର ପରିସରରେ ପୋତି ଦିଆଯିବ ବୋଲି ବନପାଳ ଭୂପତି କୁମାର ସେଠି କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories