www.samajalive.in
Sunday, December 14, 2025
17.1 C
Bhubaneswar

କୁଡୁକି ଘାଟିରୁ ଗଞ୍ଜେଇ ଜବତ, ୪ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ କୁଡୁକି ଘାଟି ରାସ୍ତାରୁ ଫିରିଙ୍ଗିଆ ପୁଲିସ ୬୫ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଫିରିଙ୍ଗିଆ ପୁଲିସକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଥିଲା। ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନିର୍ଦ୍ଦେଶରେ ଗୋଟିଏ ଟିମ କୁଡୁକି ଘାଟି ରାସ୍ତାରେ ଚଢ଼ାଉ କରି ୪ ଜଣକୁ ଅଟକ ରଖିବା ସହ ଚାଲାଣ ପାଇଁ ପ୍ରସ୍ତୁତ ଥିବା ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲା। ଅନ୍ୟ ପଟେ ଏହି ଗଞ୍ଜେଇ ଚାଲାଣରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ଥିବା ହରିଆଣା ରାଜ୍ୟ ଭିୱାନି ଜିଲ୍ଲାର ୨ ଜଣ ବାହାର ରାଜ୍ୟ ମାଫିଆ ସୋନୁ ଏବଂ ମନୁ ଏବଂ ଗଞ୍ଜେଇ ଆଣି ସେମାନଙ୍କୁ ଦେଇଥିବା ଡିଣ୍ଡିରା ଗାଁର ନିବେଦନ ଦିଗାଲ ଓ ଫିରିଙ୍ଗିଆ ବନ୍ଧ ସାହିର ଚେରୁ ଦିଗାଲକୁ ଅଟକ ରଖି ଗିରଫ କରିବା ସହ ଫିରିଙ୍ଗିଆ ଥାନାରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଚାଲୁ ରହିଥିବା ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories